30.1 C
Bhubaneswar
Wednesday, April 24, 2024
Homeଓଡିଶାକେବେ ସୁଧୁରିବ ବନ୍ତା ଗାଁ ରାସ୍ତା

କେବେ ସୁଧୁରିବ ବନ୍ତା ଗାଁ ରାସ୍ତା

ଭୁବନେଶ୍ୱର: ଅସରାଏ ବର୍ଷରେ ଆଣ୍ଠୁଏ ପାଣି । ପାଲଟିଛି କୁଂତ୍ରିମ ହ୍ରଦ । ହଟହଟା ଗ୍ରାମବାସୀ । ଯେତେ ଗୁହାରି କଲେବି ଶୁଣୁନାହାନ୍ତି ସରପଞ୍ଚ ଓ ସ୍ଥାନୀୟ ପ୍ରଶାସନ ।ଏ ହେଉଛି ପାୱାରଫୁଲ ମିନିଷ୍ଟର ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନ ମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀପଞ୍ଚାୟତ ବନ୍ତା ଗାଁର ଦୃଶ୍ୟ । ଆମ ଗାଁ ଆମ ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବନ୍ତା ଗାଁରେ । ଖାଲ ଖମାର ଗାଁ ମୁହଁ । ବଦଳୁଛି ସରପଞ୍ଚ ହେଲେ ସୁଧୁରୁନି ଗାଁ ରାସ୍ତା ।ସ୍ଥାନୀୟ ସରପଞ୍ଚ ପାଖରେ ଯେତେ ଗୁହାରି କଲେବି ମୁହଁ ଫେରେଇ ଯାଉଛନ୍ତି ସରପଞ୍ଚ ବାବୁ । ହେଲେ ଘର ଢ଼ିଙ୍କି ଯଦି କୁମ୍ଭୀର ହେବ ଗୁହାରି କରିବେ କାହାକୁ । କିଏ ଶୁଣିବା ଗ୍ରାମବାସୀ ଙ୍କ ଦୁଃଖ । ଏ ଦୃଶ୍ୟ ଦେଖିଲେ ବାରି ହୋଇ ପଡୁଛିକି ସ୍ୱଚ୍ଛ ଭାରତର ଆଗ ଧଡିରେ ବନ୍ତା । ଏଠି ପ୍ରଶ୍ନ ଉଠୁଛି, ସ୍ୱଚ୍ଛ ଭାରତ ପ୍ରଥମ ସ୍ଥାନ ଅଧିକାର କି କ୍ଷେତମୁଣ୍ଡାଳି ପଞ୍ଚାୟତର ବନ୍ତା ଗାଁ ଆଉ କେତେ ବର୍ଷ ଶାସନ କଲେ ସୁଧୀରିବ ନିର୍ବାଚନୀ ମଣ୍ଡଳୀରେ ଥିବା ଏହି ଗାଁର ଦୃଶ୍ୟ । ଗୋଟିଏ ପଟେ କରୋନା ନେଇ ସରକାର ବେଶ୍ ଯତ୍ନବାନ୍ ହେଉଥିବା ବେଳେ ଏଭଳି ସମୟରେ ସ୍ବଚ୍ଛତା କିପରି ରହିଛି ବନ୍ତା ଗାଁ ତାହା ଏଇ ଚିତ୍ରରୁ ଜଣାପଡୁଛି । କେବେ ନିଦ ଭାଙ୍ଗିବ ପ୍ରଶାସନର । ହେଲେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ସୁଧୁରିବ ଏହି ରାସ୍ତାର ଚିତ୍ର । କେବେ ହବ ଏହି ଗାଁକୁ ପକାରାସ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking