29.1 C
Bhubaneswar
Wednesday, April 24, 2024
Homeଓଡିଶାବିଦେଶରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ପୁରୀ ଯିବେ

ବିଦେଶରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ପୁରୀ ଯିବେ

ଭୁବନେଶ୍ୱର : ଦଶ ଦିନିଆ ବିଦେଶ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶୁକ୍ରବାର ସେ ପୁରୀ ଗସ୍ତ କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଦେଖିବା ସହ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ଆସନ୍ତାକାଲି ତିନି ଦିଅଁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରୁଣ୍ଡ ହେବେ । ପ୍ରାୟ ୧୫ ଲକ୍ଷ ଭକ୍ତ ସମାଗମ ହେବେ ବୋଲି ଆକଳନ କରାଯାଇଛି । ଏହି ନବଦିନାତ୍ମକ ଘୋଷଯାତ୍ରା ଶାନ୍ତି ଓ ଶ୍‌ୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁମାନେ କୋଭିଡ୍ କଟକଣା ମାନିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବି ସେ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଗଣିତ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଏକ ପବିତ୍ର ମୁହୂର୍ତ୍ତ । ମହାପ୍ରଭୁ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ କରନ୍ତୁ ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ରାୟ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ପ୍ରକଳ୍ପର କିଛି ଅଂଶ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ପ୍ରାଚୀରଗୁଡ଼ିକୁ ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥର ସଂଯୋଜିତ କରାଯାଇଛି । ପ୍ରକଳ୍ପ ଅଞ୍ଚଳରେ ବିଭିନ୍ନ କିସମରେ ଗଛ, ଲତା ଓ ଗୁଳ୍ମରେ ସଜେଇ ଦିଆଯାଇଛି ।

ଉକ୍ତ ଅଞ୍ଚଳଗୁଡ଼ିକ ଆବଦ୍ଧ କରାଯାଇଥିଲେ ହେଁ ସାଧାରଣ ଲୋକେ ଦେଖିବାର ବ୍ୟବସ୍ଥା ହୋଇଛି । ଶୁକ୍ରବାର ପୁରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବେ । ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଶ୍ରୀ ପଟ୍ଟନାୟକ ବିସ୍ତୃତ ଆଲୋଚନା କରିବେ । ଏଥିରେ ପୂର୍ତ୍ତ,ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ସଚିବ ସହ ଜିଲ୍ଲାପାଳ, ଭାରତୀୟ ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଉପସ୍ଥିିତ ରହିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking