33.1 C
Bhubaneswar
Thursday, April 25, 2024
Homeଓଡିଶାହନୁମାନ ପଇସା ସାଜିଲା କାଳ, ବନ୍ଧୁଙ୍କୁ ହତ୍ୟା କଲେ ବନ୍ଧୁ 

ହନୁମାନ ପଇସା ସାଜିଲା କାଳ, ବନ୍ଧୁଙ୍କୁ ହତ୍ୟା କଲେ ବନ୍ଧୁ 

ଦେବଗଡ:  ହନୁମାନ ପଇସା ରଖିବା ହେଲା କାଳ । ସହଜ ଉପାୟରେ ଅଧିକ ଅର୍ଥ ଉପାର୍ଜନ ଆଶାରେ ଜଣେ ବନ୍ଧୁଙ୍କୁ ଅନ୍ୟ ବନ୍ଧୁମାନେ ମିଶି ହତ୍ୟା କରିଥିବା ଭଲି ଏକ ଅଭାବନିୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଗାଁ ରେ । ଏ ନେଇ ଆଜି ଦେବଗଡ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନିରେ ଦେବଗଡ ଏସପି ରାଜକିଶୋର ପାଇକାୟ ସୁଚନା ଦେଇଛନ୍ତି । ମିଳିଥିବା ସୁଚନା ଅନୁଯାୟି ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମର ଫକିର କିସାନ ଙ୍କ ପୁଅ କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିବା ନେଇ କୃଷ୍ଣଙ୍କ ସାଙ୍ଗ ଉକ୍ତ ଗ୍ରାମର ଚାଣ୍ଡାଳୁ କିସାନ, ସୁରେନ୍ଦ୍ର ମାଝି, ଦୈତାରି କିସାନ ଓ ପ୍ରଦୀପ ମାଝି ଜାଣିଥିଲେ। ତେବେ ଏହି ହନୁମାନ ପଇସା କୁ କୃଷ୍ଣଙ୍କୁ ନିକଟରୁ ହାତେଇବା ଉଦ୍ଦେଶ୍ୟରେ ଯୋଜନା କରିଥିଲେ ।

ଯୋଜନା ଅନୁଯାୟି ଗତ ୪ ତିରିଖ ସଂଧ୍ୟା ପ୍ରାୟ ୮ ଟା ସମୟରେ ଗାଁ ରେ ଏକ ପୂଜା ହେବା ସହ ବୈଠକ ହୋଇଥିଲା । ବୈଠକ ପରେ ଚାଣ୍ଡାଳୁ କିସାନ, ସୁରେନ୍ଦ୍ର ମାଝି, ଦୈତାରି କିସାନ ଓ ପ୍ରଦୀପ ମାଝି ପ୍ରମୁଖ କୃଷ୍ଣଙ୍କୁ ମାଛ ଧରିବାକୁ ନିକଟସ୍ଥ ରାଇତାଳ ଗାଁ କୁ ଡାକି ନେଇଥିଲେ । ତେବେ ରାତି ସାରା ମୃଷ୍ଣ ଘରକୁ ଫେରିନଥିବା ବେଳେ ଗତ ୫ ତାରିଖ ଦିନ ପ୍ରାୟ ୧୧ ଟା ସମୟରେ କୃଷ୍ଣଙ୍କ ପରିବାର ଲୋକେ ରାଇତାଳ ଗ୍ରାମ ନିକଟସ୍ଥ ଏକ ର୍ଟାନ୍ସଫରମର ଖୁଂଟ ତଳେ କୃଷ୍ଣଙ୍କ ମୃତଦେହ ପଡିଥିବା ସୁଚନା ପାଇ ଦେବଗଡ ଥାନା ପୁଲିସକୁ ସୁଚନା ଦେଇଥିଲେ । ସୁଚନା ଆଧାରରେ ଦେବଗଡ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲେ ରୁଜୁ କରିବା ସହ ମୃତ ଦେହ ଉଧାର କରି ବ୍ୟବଛରଦ ପାଇଁ ପଠାଇଥିଲେ । ତେବେ ମୃତ ଦେହରେ ବିଭିନ୍ନ କ୍ଷତ ଚିହ୍ନ ଥିବାରୁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଆଶଙ୍କା କରି ଏସପି ଶ୍ରୀ ପାଇକରାୟ ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାଏକଙ୍କ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ତଦନ୍ତ ବେଳେ ମୃତ କୃଷ୍ଣଙ୍କ ଉପରୋକ୍ତ ସାଙ୍ଗମାନେ କୃଷ୍ଣଙ୍କ ନିକଟରେ ଥିବା ହନୁମାନ ପଇସାକୁ ହାତେଇବା ଉଦ୍ଦେଶ୍ୟରେ ପିଟି ପିଟି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ସେହି ପରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ପରେ ସେମାନେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱିକାର କରିବା ସହ ପୁଲିସ ସମ୍ମୁଖରେ ଘଟଣାର ରୁପ।।ନ୍ତର କରିଥିଲେ । ଫଳରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ, ବାଡି ଓ ମୁଗୁରା ଜବତ କରିବା ସହ ମୃତକଙ୍କ ଘରୁ ଗୋଟିଏ ଅଷ୍ଟ୍ରେଲିଆନ ମୁଦ୍ରା ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟା ଓ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାଏକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking