35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକଳିଯୁଗ କେବେ ଓ କିପରି ଶେଷ ହେବ; ଜାଣନ୍ତୁ ଏହି ସବୁର ରହସ୍ୟ

କଳିଯୁଗ କେବେ ଓ କିପରି ଶେଷ ହେବ; ଜାଣନ୍ତୁ ଏହି ସବୁର ରହସ୍ୟ

ନୂଆଦିଲ୍ଲୀ: ହିନ୍ଦୁ ମାନ୍ୟତା ଓ ପୁରାଣ ଅନୁସାରେ ସତ୍ୟଯୁଗ, ତ୍ରେତୟା ଓ ଦ୍ବାପରଯୁଗ ପରେ ଏବେ ପୃଥୀବିରେ କଳିଯୁଗ ଚାଲିଛି। ଏହା ଏଭଳି ଏକ ଯୁଗ ଯେବେ ପୃଥୀବି ପୃଷ୍ଠରେ ପାପ ବଢିବାରେ ଲାଗିଥାଏ ଓ ଲୋକମାନେ ଧର୍ମ ରାସ୍ତାରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ। ଏହି ଯୁଗରେ ଅଧର୍ମ ହିଁ ଶକ୍ତିଶାଳୀ ରହିଥାଏ। ଏହାର ଅନ୍ତ ପାଇଁ ଭଗବାନ ବିଷ୍ଣୁ ନିଜର ୧୦ ଅବତାର କଳକୀ ଅବତାରରେ ପୃଥୀବିକୁ ଆସିବେ ଓ ସମସ୍ତ ପାପିଙ୍କୁ ସଂହାର କରିବେ। ପୁରୁଣା ଅନୁସାରେ କଳିଯୁଗ ଶେଷ ହେବା ସହ ମୂଷଳ ଧାରାରେ ଲଗାତାର ବର୍ଷା ହେବ ଓ ପୃଥୀବି ଜଳମଗ୍ନ ହୋଇଯିବ। ଏହା ପ୍ରଳୟର ସମୟ ହେବ ଓ ସମସ୍ତ ପ୍ରାଣୀଜଗତ ଶେଷ ହୋଇଯିବ।

ଏହାପରେ ୧୨ଟି ସୂର୍ଯ୍ୟ ଏକାଠି ଉଦୟ ହେ​‌ବେ, ଯେଉଁଥିପାଇଁ ପୃଥୀବିରୁ ପାଣି ଖୁବ୍ ଶୀଘ୍ର ଶେଷ ହୋଇଯିବ। ଏବେ ପ୍ରଶ୍ନ ଉଠୁଛି କଳିଯୁଗର ସମୟ ଏବେ ଆଉ କେତେ ରହିଛି ଓ କେତେ ବର୍ଷ ପରେ ଶେ​‌ଷ ହୋଇଯିବ? ହିନ୍ଧୁ ଧର୍ମଗ୍ରନ୍ଥ ଭବିଷ୍ୟ ପୁରାଣରେ କୁହାଯାଇଛି ଭିନ୍ନ ଭିନ୍ନ ଯୁଗର ସମୟସୀମା କ’ଣ ଓ କେବେ କଳିଯୁଗର ଅନ୍ତ ହେବ।ପୁରୁଣା ଅନୁସାରେ ମାନବର ଏକ ବର୍ଷ ଦେବତାଙ୍କ ଏକ ଅହୋରାତ୍ର ଅର୍ଥାତ ଦିନ  ସହିତ  ସମାନ। ଏଥି​‌ରେ ଉତ୍ତରାୟଣକୁ ଦିନ ଓ ଦକ୍ଷିଣାୟନକୁ ରାତି ବୋଲି କୁହାଯାଇଛି। ଏକ ସୂର୍ଯ୍ୟ ସଂକ୍ରାନ୍ତିରେ ଦ୍ବିତୀୟ ସଂକ୍ରାନ୍ତିର ସମୟ ସୀମାକୁ ମାସ ବୋଲି କୁହାଯାଏ। ଏହି ମାସ ସାଧାରଣତଃ ୩୦ ଦିନ କିମ୍ବା ୩୧ ଦିନର ହୋଇଥାଏ। ଏଥିରେ ୧୨ ସୌର ମାସର ୧ ସୌର ବର୍ଷ ହିଁ ଦେବତାଙ୍କର ଏକ ଅହୋରାତ୍ର ହୋଇଥାଏ। ଏଭଳି ପରିସ୍ଥିତିରେ ୩୦ ଅହୋରାତ୍ର, ଦେବତାଙ୍କ ଏକ ମାସ ଓ ୧୨ ମାସ ଏକ ଦିବ୍ୟ ବର୍ଷ କୁହାଯାଏ। ଏହାକୁ ଦିବ୍ୟ ବର୍ଷ ଆଧାରରେ ସମସ୍ତ ଯୁଗର ସମୟ ନିର୍ଦ୍ଧାରିତ କରାଯାଇଥାଏ। ଏହାର ଗଣନା ଏହି ପ୍ରକାର ରହିଛି…

ଦେଖିବାକୁ ଗଲେ କଳିଯୁଗ ଆରମ୍ଭ ହେବାର ଏବେ ପ୍ରାୟ ୬୦୦୦ ବର୍ଷ ହୋଇଛି । କଳିଯୁଗର ପ୍ରାୟ ୪ଲକ୍ଷ ବର୍ଷର ଅବଧିକୁ ଦେଖି କୁହାଯାଇପାରେ ଯେ, ଏହି ଯୁଗ ଶେଷ ହେବାକୁ ଆହୁରି ଅନେକ ସମୟ ଅଛି ।ମାନ୍ୟତା ରହିଛି ଯେ, ପୃଥିବୀପୃଷ୍ଠରେ ଯେତେବେଳେ ପାପ ଓ ଆତଙ୍କ ଚରମ ସୀମାରେ ପହଞ୍ଚିଯିବ ସେତେବେଳେ ପ୍ରଭୁ ବିଷ୍ଣୁ କଳକୀ ଅବତାର ନେବେ   ଭଗବାନ ବିଷ୍ଣୁ ଏହି ଅବତାର ସମ୍ଭଲର ବିଷ୍ଣୁୟଶା ନାମକ ବ୍ୟକ୍ତିଙ୍କ ଘରେ ହେବ।ଭଗବାନ କଳକୀ ସୋତବେଳେ ନିଜର ଦେବଦତ ଘୋଡାରେ ଚଢି ନିଜର ବିଶାଳ ବିଶାଳ ଖଣ୍ଡାରେ ସମସ୍ତ ପାପିମାନଙ୍କର ନାଶ କରିବେ । ପ୍ରଭୁ ବିଷ୍ଣୁଙ୍କର ୧୦ମ ଅବତାରର ଯେଉଁ ତିଥି କୁହାଯାଇଛି ସେ ଅନୁସାରେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସେ ଜନ୍ମ ନେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking