34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସୁନାପୁର ବେଳାଭୂମିରେ ହ୍ବେଲ୍‌ ସାର୍କ

ସୁନାପୁର ବେଳାଭୂମିରେ ହ୍ବେଲ୍‌ ସାର୍କ

ଭୁବନେଶ୍ୱର : ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିକୁ ଆଜି ଅପରାହ୍‌ଣ ସାଢ଼େ ୩ଟାରେ ଏକ ହ୍ବେଲ୍‌ ସାର୍କ ଆସି ଲାଗିଥିଲା।  ଏତେ ବଡ଼ ସାର୍କକୁ ଦେଖି ‌ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଏବଂ ମତ୍ସ୍ୟଜୀବୀ  ଉକ୍ତ ସାର୍କକୁ ସମୁଦ୍ର ଭିତରକୁ ଛାଡିବାକୁ ପ୍ରୟାସ କରିଥିଲେ । ସୂଚନା ମିଳିବା ‌ପରେ ସୁନାପୁର ମେରାଇନ ଥାନାରେ ନିୟୋଜିତ ହୋମ ଗାର୍ଡ ଓ ଫରେଷ୍ଟ ଗାର୍ଡ ମିଶି  ନେଇ ଛାଡି ଦେଇଥିଲେ।  ଉକ୍ତ ସାର୍କ ଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ସୂଚନା ମିଳିଛି ।

ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଅନିଲ ମହାପାତ୍ର କହିଛନ୍ତି ଏହା ହେଉଛି ଏକ ହ୍ବେଲ୍‌ ସାର୍କ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଅନୁଯାୟୀ ଏହା ସିଡ୍ୟୁଲ-୧ ଶ୍ରେଣୀରେ ଅନ୍ତର୍ଭୁକ୍ତ। ତେଣୁ ଏହାକୁ ପାଳନ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ବେଳାଭୂମିରେ ସାମୁଦ୍ରିକ ଜୀବଜନ୍ତୁ ଦେଖାଯିବା ନୂଆ କଥା ନୁହେଁ। ଅନେକ ସମୟରେ ତିମି, ସାର୍କ, ଡଲଫିନ୍‌ ଓ ଅନ୍ୟ ସାମୁଦ୍ରିକ ଜୀବଜନ୍ତୁ ଜଳର ସ୍ରୋତରେ ଭାସି ଆସି ବେଳାଭୂମିରେ ପହଂଚିଥାନ୍ତି। ‌ବେଳେ ବେଳେ ସାମୁଦ୍ରିକ ଜୀବମାନଙ୍କୁ ମୃତ ଅବସ୍ଥାରେ ବେଳାଭୂମିରୁ ଉଦ୍ଧାର କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking