38.1 C
Bhubaneswar
Tuesday, April 23, 2024
Homeଓଡିଶାଭିନ୍ନକ୍ଷମଙ୍କୁ ଜିଲ୍ଲାପାଳଙ୍କ ହ୍ୱିଲ ଚେୟାର ପ୍ରଦାନ

ଭିନ୍ନକ୍ଷମଙ୍କୁ ଜିଲ୍ଲାପାଳଙ୍କ ହ୍ୱିଲ ଚେୟାର ପ୍ରଦାନ

କେନ୍ଦ୍ରାପଡା : ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ୪ ଜଣ ଶାରୀରିକ ଭିନ୍ନକ୍ଷମଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖର ଆଜି ୪ଟି ହୁଇଲ ଚେୟାର ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ରାଜକନିକା ବ୍ଲକ ଅନ୍ତର୍ଗତ ଓଲାଭର ଗ୍ରାମର ମହମ୍ମଦ କାସିମଙ୍କୁ ହୁଇଲ ଚେୟାର ସହ ୫ହଜାର ଟଙ୍କାର ଆର୍ଥିକ ସହାୟତା, ଡେରାବିଶି ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମର ସଶ୍ମିତା ସାମଲଙ୍କୁ ହୁଇଲ ଚେୟାର ସମେତ ୨ହଜାର ଟଙ୍କାର ଆର୍ଥିକ ସହାୟତା, କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମର ମୀର ଅବଦୁଲ ଜହରଙ୍କୁ ହୁଇଲ ଚେୟାର ସହିତ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ କେନ୍ଦ୍ରାପଡା ପୌରାଞ୍ଚଳର ମହିପାଳ ଗ୍ରାମର ହୃଷିକେଶ ସାହୁଙ୍କୁ ଗୋଟିଏ ହୁଇଲ ଚେୟାର ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହି ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking