39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବନ୍ଦ ହେବ ହ୍ୱାଟ୍ସଆପ୍‌, ଜାଣନ୍ତୁ କେତେ ରୁ କେତେ?

ବନ୍ଦ ହେବ ହ୍ୱାଟ୍ସଆପ୍‌, ଜାଣନ୍ତୁ କେତେ ରୁ କେତେ?

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର । ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍ । ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି । ଯାହା ଜଣାପଡ଼ିବା ପରେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢିଛି । କାରଣ ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏହି ଆପ୍‌କୁ ବେଶ୍ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ୟୁଜର୍ସମାନେ ନିଜର ବନ୍ଦ ହୋଇଯାଇଥିବା ଆକାଉଣ୍ଟକୁ ପୁନଃ ଆରମ୍ଭ କରିବାକୁ ଚାହିଁଲେ ବି ତାହା ହେବ ନାହିଁ ସେଥିପାଇଁ ଆପଣଙ୍କୁ ୪୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ସୂଚନା ଅନୁଯାୟୀ, ପୁଣି ଥରେ ନୂଆ ଫିଚର ଆଣିବାକୁ ଯାଉଛି ହ୍ୱାଟ୍ସଆପ୍ । ତେଣୁ ଏହି ଆପ୍‌ରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ରାତିରେ କାହିଁକି ହ୍ୱାଟ୍ସଆପ୍ ପରି ଲୋକପ୍ରିୟ ଆପ୍‌ରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ମିଳିନାହିଁ । କିନ୍ତୁ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି । କମ୍ପାନୀ ଆଣୁଥିବା ନୂଆ ଫିଚର ଆଣ୍ଡ୍ରଏଡ୍ ବିଟା ଭର୍ସନରେ ଦେଖାଯିବ ବୋଲି ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଆଇକନ୍ ତିଆରି କରିବା ସହିତ ୟୁଜର୍ସମାନେ ଆଇକନ୍‌ର ରଙ୍ଗ ମଧ୍ୟ ପରିବର୍ତ୍ତନ କରିପାରିବେ ଯାହା ପୂର୍ବରୁ ହୋଇପାରୁ ନଥିଲା । କେବଳ ଏତିକି ନୁହେଁ ଆପ୍‌ରେ ଆଗାମୀ ଦିନରେ ଫଟୋ ଗୁଡ଼ିକ ଇମୋଜି ପରି ଦୃଶ୍ୟମାନ ହେବ । ଏହି ଫିଚର୍ସ ରୋଲଆଉଟ୍ ପରେ, ୟୁଜର୍ସମାନେ ଏକ ନୂଆ ଫଟୋ ଅପଲୋଡ୍ କରିବା ସମୟରେ ଆପର କ୍ୟାପସନ୍ ବାର୍ ପାଖରେ ଏକ ଷ୍ଟିକର୍ ଆଇକନ୍ ଦେଖିବାକୁ ମିଳିବ ବୋଲି କୁହାଯାଇଛି । ତେବେ ଏହା କେବେଠୁ ଆରମ୍ଭ ହେବ ସେନେଇ କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking