27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏବେ ଛୋଟ ବ୍ୟାନରରେ ହ୍ୱାଟସଆପ ପ୍ରାଇଭେସି ପଲିସି

ଏବେ ଛୋଟ ବ୍ୟାନରରେ ହ୍ୱାଟସଆପ ପ୍ରାଇଭେସି ପଲିସି

ନୂଆଦିଲ୍ଲୀ: ହ୍ୱାଟସଆପ ନିଜ ବିବାଦିତ ପ୍ରାଇଭେସି ପଲିସିକୁ ନୂଆ ତରିକାରେ ଲାଗୁ କରିବାକୁ ପ୍ରସ୍ତୁତ ହୋଇସାରିଛି । କମ୍ପାନୀ ପୁଣି ଥରେ ଆପରେ ଏକ ଥୋଟ ବ୍ୟାନର ମାଧ୍ୟମରେ ଭାରତୀୟ ବ୍ୟବହାରକାରୀଙ୍କୁ ନିଜ ନୂଆ ପଲିସି ସଂପର୍କରେ ବୁଝାଇବାକୁ ଚେଷ୍ଟା କରିବ ଓ ଗ୍ରାହକଙ୍କୁ ନୂଆ ପଲିସିକୁ ୧୫ ମେ ଭିତରେ ଗ୍ରହଣ କରିବାକୁ ହେବ । କହିରଖୁଛୁ, ହ୍ୱାଟସଆପକୁ ନୂଆ ପ୍ରାଇଭେସି ପଲିସି ନେଇ ଚଳିତ ବର୍ଷ ଜାନୁୟାରୀରେ ଅନେକ ଆଲୋଚନାର ସାମ୍ନା କରିବାକୁ ପଡିଥିଲା । ଫେସବୁକ ଅଧିକୃତ ଆପରେ ନିଜ ନୂଆ ପ୍ରାଇଭେସି ପଲିସିକୁ ଫେବୃୟାରୀରେ ଲାଗୁ କରିବାକୁ ପ୍ରସ୍ତୁତ ହୋଇଥିଲା ଓ ଜାନୁୟାରୀରେ ଇନ-ଆପ ନୋଟିଫିକେସନ ଜରିଆରେ ବ୍ୟବହାରକାରୀଙ୍କୁ ନୂଆ ପଲିସି ବିଷୟରେ ସୂଚନା ଦେବା ଆରମ୍ଭ କରି ଦେଇଥିଲା । ଡାଟା ପ୍ରାଇଭେସି ଚିନ୍ତା ନେଇ ଏହି ନୂଆ ଅପଡେଟ କୁ ବ୍ୟବହାରକାରୀଙ୍କ ଆଲୋଚନାର ସାମ୍ନା କରିବାକୁ ପଡିଥିଲା । ଏମିତି କି ଭାରତ ସରକାର ମଧ୍ୟ ହ୍ୱାଟସଆପକୁ ନୂଆ ଅପଡେଟକୁ ହଟାଇବାକୁ କହିଥିଲେ । ସମସ୍ତ ଆଲୋଚନା ପରେ ସୁଦ୍ଧା ହ୍ୱାଟସଆପ ନିଜ ଅପଡେଟ ଟର୍ମସ ଆଣ୍ଡ ସର୍ଭିସେସକୁ ହଟାଇନଥିଲା । ବରଂ କମ୍ପାନୀ ଆପରେ ଏକ ବ୍ୟାନର ଜାରି କରିଛି । ଯାହା ବ୍ୟବହାରକାରୀଙ୍କୁ ନୂଆ ପଲିସି ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବ । ଏହାସହ କମ୍ପାନୀ କେମିତି କାମ କରେ ତାହା ବତାଇବ । ହ୍ୱାଟସ ଆପ ଏକ ବ୍ଲଗ ଜରିଆରେ ନିଜର ପୁରୁଣା ତଥ୍ୟ ପୁଣି ଦୋହରାଇଛି ଓ କହିଛି ଯେ, ନୂଆ ପଲିସି କମ୍ପାନୀର ବ୍ୟବହାରକାରୀ ତଥ୍ୟକୁ ଆକ୍ସେସ କରିବାର କ୍ଷମତା ରଖେନାହିଁ ।
ଆଜିଠାରୁ ମେସେଜିଂ ଆପ ବ୍ୟବହାରକାରୀଙ୍କୁ ପଲିସି ଅପଡେଟ ବିଷୟରେ ଅଲର୍ଟ କରିବା ଆରମ୍ଭ କରିଦେବ । ହ୍ୱାଟସଆପ ଅନୁସାରେ, ନୂଆ ପଲିସିକୁ ୧୫ ମେ ରୁ ଲାଗୁ କରାଯିବ । ବ୍ଲଗରେ ଏହା ସ୍ପଷ୍ଟ କରାଯାଇଛି ଯେ, ଫେସବୁକ ଟାର୍ଗେଟ ବିଜ୍ଞାପନ ପାଇଁ ବ୍ୟବସାୟୀଙ୍କ ସହିତ ଆଲୋଚନା କରିପାରିବ ନାହିଁ । ଏହା ସେତେବେଳେ ହେବ, ଯେତେବେଳେ ବ୍ୟବସାୟ ଫେସବୁକର ଆଡ ନେଟୱାର୍କ ବ୍ୟବହାର କରିବା ପାଇଁ ଅପ୍ସନ ସିଲେକ୍ଟ କରିବେ । ନୂଆ ପଲିସିରେ ଯେଉଁ ପରିବର୍ତନ କରାଯାଇଛି, ତାହା ହେଲା ସେଥିରେ ସେହି ସେକ୍ସନ ନାହିଁ । ଯାହା ବ୍ୟବହାରକାରୀଙ୍କୁ ଫେସବୁକ ସହିତ ଡାଟା ସେୟାରିଂ ପାଇଁ ସୁଯୋଗ ଦିଏ । ଏହି ସେକ୍ସନ ନହେବା କାରଣ୍ରୁ ନୂଆ ପଲିସି ଆସିବା ପରେ ହ୍ୱାଟସଆପ ବ୍ୟବହାରକାରୀଙ୍କ ନିକଟରେ ଇନଫର୍ମେସନ ଫେସବୁକ ସହିତ ସେୟାର କରିବା ନୁହେଁ ଅପ୍ସନ ରହିବ ନାହିଁ । ତେବେ ହ୍ୱାଟସଆପ ସ୍ପଷ୍ଟ କରିଛି, ନୂଆ ଅପଡେଟରେ ଲୋକଙ୍କୁ ପର୍ସନାଲ ଚାଟର ପ୍ରାଇଭେସିରେ କିଚି ପରିବର୍ତନ ହେବ ନାହିଁ । ନୂଆ ଅପଡେଟ କେବଳ ଅପ୍ସନାଲ ବିଜନେସ ଫିଚରର ଏକ ଅଂଶ ଅଟେ । ନୂଆ ଅପଡେଟ ଦ୍ୱାରା ହ୍ୱାଟସଆପରେ କୌଣସି ବିଜନେସ ସହିତ ଚାଟିଙ୍ଗ କିମ୍ବା ସପିଂ ପାଇଁ ନୂଆ ତରିକା ମିଳିବ ଓ ଏହା ସଂପୂର୍ଣ୍ଣ ଭାବରେ ଅପ୍ସନାଲ ରହିବ । କିଛି ସପିଂ ଫିଚର୍ସରେ ଫେସବୁକ ସାମିଲ ରହିବ, ଯାହାଦ୍ୱାରା ବିଜନେସ ଆପ୍ସ ମଧ୍ୟରେ ନିଜ ଇନଭେଣ୍ଟ୍ରି ମ୍ୟାନେଜ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking