43.9 C
Bhubaneswar
Friday, April 19, 2024
Homeଓଡିଶାଅମାନିଆଙ୍କ ପାଇଁ ଆସିଲା ନୂଆ ନିୟମ

ଅମାନିଆଙ୍କ ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର: ଅମାନିଆଙ୍କୁ ସାବଡ଼ କରିବା ସହ କରୋନା ବିରୋଧୀ ଲଢେଇ ଜିତିବାକୁ ନୂଆ ଡିସିପି ଏକ ନୂଆ ଉପାୟ ଆଣିଛନ୍ତି।ସର୍ବସାଧାରଣଙ୍କ ପାଇଁ ନୂଆ ହ୍ବାଟସ ଆପ ନମ୍ୱର୍ ଜାରି କରିଛନ୍ତି ଡିସିପି ଉମାଶଙ୍କର ଦାସ। ଯଦି କେହି କୋଭିଡ୍ କଟକଣା ଉଲ୍ଲଂଘନ କରୁଥିଲେ, ୭୪୪୦୦୦୬୭୦୯ ହ୍ବାଟସ ଆପ ନମ୍ବର ରେ ଯେ କେହି ବି ଯୋଗାଯୋଗ କରିପାରିବେ। ଦରକାର ପଡ଼ିଲେ ଆବଶ୍ୟକୀୟ ସ୍ଥଳେ ଉଲ୍ଲଂଘନ କାରୀ ଙ୍କ ଭିଡିଓ, ଫଟୋ, ଟେକ୍ଟ୍  ଆଦିକୁ ହ୍ବାଟସ ଆପ ନମ୍ବର ରେ ପଠାଇପାରିବେ।
ଭୁବନେଶ୍ବରରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୬୧ରେ ପହଁଚିଥିବା ବେଳେ ୧୫୬୬ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୭ଜଣ ପ୍ରାଣ ହରାଇଥିବା ବେଳେ ୧୨୭୬ଟି ସକ୍ରିୟ କେସ୍ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking