27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗହ୍ୱାଟସ ଆପର ଏହି ନୂଆ ଫିଚର ହେଲା ଲଞ୍ଚ୍‌

ହ୍ୱାଟସ ଆପର ଏହି ନୂଆ ଫିଚର ହେଲା ଲଞ୍ଚ୍‌

ନୂଆଦିଲ୍ଲୀ: ୭ ଦିନ ମଧ୍ୟରେ ହ୍ୱାଟସଆପ ମେସେଜ ଅଟୋମେଟିକ ଡିଲିଟ ସହ ଡିସଆପିୟରିଂ ମେସେଜ ଫିଚର ଅଫିସିଆଲି ଲଂଚ ହେବାର କିଛି ସପ୍ତାହ ପରେ ଏବେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏହାର ଅପଡେଟ ଭର୍ସନ ଆସିଛି । ଫେସବୁକ ମାଲିକାନା ଏହି ମେସେଜିଂ ଆପ୍ ପୂର୍ବରୁ ଘୋଷଣା କରିଥିଲା ଯେ, ଏହା ଏବେ ୍‌ଅଫିସିଆଲ ଅଛି ଏବଂ ଚଳିତ ମାସରେ ଏହା ୨ ବିଲିୟନ ୟୁଜର୍ସଙ୍କ ନିକଟରେ ପହଂଚିବ । ଏହି ଡିସଆପିୟରିଂ ମେସେଜ ଫିଚର ବ୍ୟକ୍ତିଗତ ସହିତ ଗ୍ରୁପ ଚାଟ ପାଇଁ ମଧ୍ୟ ଉପଲବ୍ଧ ରହିବ । ମାତ୍ର ଗ୍ରୁପ ଚାଟ କ୍ଷେତ୍ରରେ କେବଳ ଗ୍ରୁପର ଆଡମିନ୍ ହିଁ ଡିସଆପିୟରିଂ ମେସେଜ ପାଇଁ ପ୍ରଜୁଯ୍ୟ ରହିବେ । ଏହି ଫିଚରଟି ସବୁ ପ୍ରକାର ହ୍ୱାଟସ ଆପ ସପୋର୍ଟ ଡିଭାଇସ ଯଥା, ଆଣ୍ଡ୍ରଏଡ, ଆଇଓଏସ ଏବଂ ଲିନୁକ୍ସ ବେସଡ କାଇଓଏସ ଡିଭାଇସରେ ରହିବ । ଏମିତିକି ହ୍ୱାଟସ ଆପ୍ ୱେବ ଡ୍ଡେସ୍କଟପ ପ୍ଲାଟଫର୍ମରେ ବି ଏହା ଉପଲବ୍ଧ ରହିବ । ଥରେ ଏହି ଅପ୍ସନଟି ଅନ ହେଲା ପରେ ଯାହା ବି ଚାଟ୍ ହେଉଥିବ, ସେ ତାକୁ ନିୟନ୍ତ୍ରଣ କରିବ । ଆପଣ ପଠାଇଥିବା କିମ୍ବା ଚାଟରେ ଗ୍ରହଣ କରିଥିବା ବାର୍ତ୍ତା ଉପରେ ପୂର୍ବରୁ ହୋଇଥିବା ସେଟିଂ କିଛି ପ୍ରଭାବ ପକାଇବ ନାହିଁ । ଖାଲି ଚାଟ ନୁହେଁ, ସାତ ଦିନ ପରେ ଫଟୋ ଏବଂ ଭିଡିଓ ମଧ୍ୟ ଆପେ ଆପେ ଡିଲିଟ ହୋଇଯିବ ଉଭୟ ପକ୍ଷ ପାଇଁ । କେବଳ ସ୍କ୍ରିନ ସଟ ହିଁ କାମରେ ଆସିବ । କିମ୍ବା ଅଟୋ ଡାଉନଲୋଡ ମାଧ୍ୟମରେ ଆପଣ ଏହାକୁ ସେଭ କରି ରଖିପାରିବେ । ଯଦି ଜଣେ ସାତ ଦିନ ମଧ୍ୟରେ ହ୍ୱାଟସ ଆପ ନ ଖୋଲନ୍ତି ତେବେ ବି ତାହା ଡିଲିଟ ହୋଇଯିବ । ହେଲେ ହ୍ୱାଟସଆପ ନ ଖୋଲିବା ପର୍ଯ୍ୟନ୍ତ ନୋଟିଫିକେସନ ଡିସପ୍ଲେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking