20.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶବିକ୍ରି ହୋଇଯିବ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମ !

ବିକ୍ରି ହୋଇଯିବ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମ !

ନୂଆଦିଲ୍ଲୀ : ବିଶ୍ୱର ପ୍ରତିଷ୍ଠିତ କମ୍ପାନୀ ମେଟା(ଫେସବୁକ)କୁ ତାର ଦୁଇଟି ପ୍ରମୁଖ ଅଂଶ ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମକୁ ବିକ୍ରି କରିପାରେ । ଏହି ଆପ ଦ୍ୱୟ କମ୍ପାନୀର ରାଜସ୍ୱର ପ୍ରମୁଖ ଅଂଶ । ଏହା ପରେବି କମ୍ପାନୀ ଏପରି ନିଷ୍ପତ୍ତି ନେବାର କାରଣ ହେଲା ଫେଡରାଲ ଟ୍ରେଡ କମିସନ (ଏଫଟିସି) । ଏଫଟିସି ଗତ ବର୍ଷ ମେଟା ବିରୋଧରେ କୋର୍ଟରେ ପହଞ୍ଚିଥିଲା କିନ୍ତୁ ସୂଚନାର ଅଭାବରୁ କୋର୍ଟ ମାମଲାର ଶୁଣାଣି କରିନଥିଲା । ଏବେ ପୁଣି ସମସ୍ତ ତଥ୍ୟ ସହ କୋର୍ଟରେ ପହଞ୍ଚିଛି । ଏଫଟିସି ଅଭିଯୋଗ ମେଟା ସୋସିଆଲ ନେଟୱାର୍କରେ ଏକଛତ୍ରବାଦ ଚଳାଇଛି ।

ଖାଲି ମେଟା ନୁହଁ ଏଫଟିସିର ଟାର୍ଗେଟରେ ଆମାଜନ ଓ ଗୁଗୁଲ ମଧ୍ୟ ରହିଛି । ତେବେ ଫେଡରାଲ ଟ୍ରେଡ କମିସନକୁ ଲିନା ଖାନ ପ୍ରତିନିଧିତ୍ୱ କରୁଛନ୍ତି । ଯାହାଙ୍କୁ ଜୋ ବାଇଡେନ ସରକାର ୨୦୨୧ରେ ନିଯୁକ୍ତ କରିଥିଲେ । ୩୩ ବର୍ଷିଆ ଲିନା ପୂର୍ବରୁ ଆଣ୍ଟିଟ୍ରଷ୍ଟ ପ୍ରତିଯଗିତା ଆଇନ ମୁତୟନର ଦାବିପାଇଁ ବେଶ ଜଣାଶୁଣା । ମାର୍ଚ୍ଚ ୨୦୨୧ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ଆୟୋଗରେ ନିଯୁକ୍ତ କରିଥିଲେ ଓ ସେ ଜୁନ ୨୦୨୧ରୁ କାର୍ୟ୍ୟ କରିଆସୁଛନ୍ତି । ଏହା ସହିତ ସେ କଲମ୍ବିଆ ଲୋ ସ୍କୁଲର ସହଯୋଗୀ ପ୍ରଫେସର ମଧ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking