27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଧର୍ମ ପରିବର୍ତ୍ତନ ଓ କଳା ଯାଦୁ ଉପରେ ହୋଇଥିବା ଆବେଦନରେ ଏମିତି କହିଲେ ସୁପ୍ରିମକୋର୍ଟ

ଧର୍ମ ପରିବର୍ତ୍ତନ ଓ କଳା ଯାଦୁ ଉପରେ ହୋଇଥିବା ଆବେଦନରେ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ଓ କଳା ଯାଦୁ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଅମଙ୍ଗ ହୋଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହା କେଉଁ ପ୍ରକାର ଆବେଦନ । ଆମେ ଆପଣଙ୍କ ଉପରେ ଜରିମାନା ଲଗାଇ ଦେବୁ । କ୍ଷତି ପହଂଚାଇବା ଭଳି ଏହା ହେଉଛି ଆବେଦନ । ସୁପ୍ରିମକୋର୍ଟ ଏମିତି କହିବା ପରେ ଆବେଦନକାରୀ ଏହାକୁ ପ୍ରତ୍ୟାହାର କରିଛନ୍ତି । ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ହୋଇଥିଲା । ଯେଉଁଥିରେ, ଅନ୍ଧବିଶ୍ୱାସ, କଳା ଯାଦୁ ଭଳି କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି ।
ଜଷ୍ଟିସ ଆର ଏଫ ନରୀମନ କହିଛନ୍ତି, ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଧର୍ମ ବାଛିବାର ଅନୁମତି କଣ ପାଇଁ ଦିଆଯାଇପାରିବନି । ଏହି ଆବେଦନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅବୈଧ ଧର୍ମ ପରିବର୍ତ୍ତନ ଓ କଳା ଯାଦୁକୁ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ଭାଜପା ନେତା ଓ ଓକିଲ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking