34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଟ୍ରେନରେ ନିଆଁ ଲଗାଇବା ଘଟଣା : ଛାତ୍ର ଆନ୍ଦୋନଳକୁ ନେଇ ଏପରି କହିଲେ ଖାନ୍ ସାର୍

ଟ୍ରେନରେ ନିଆଁ ଲଗାଇବା ଘଟଣା : ଛାତ୍ର ଆନ୍ଦୋନଳକୁ ନେଇ ଏପରି କହିଲେ ଖାନ୍ ସାର୍

ନୂଆଦିଲ୍ଲୀ : ଆରଆରବି-ଏନଟିପିସି ପରୀକ୍ଷାକୁ ନେଇ ଜାରି ରହିଥିବା ଛାତ୍ର ଆନ୍ଦୋଳନକୁ ନେଇ ତଦନ୍ତ ଜାରି ରହିଛି । ପାଟନାର ଏକ ପୋଲିସ୍ ଷ୍ଟେସନ୍ ରେ ଖାନ୍ ସାର୍ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ୬ଜଣ ଶିକ୍ଷକଙ୍କ ନାଁରେ ଅଭିଯୋଗ କରାଯାଇଛି । ପୋଲିସର କହିବାନୁସାରେ, ଭିଡିଓ ଫୁଟେଜ୍ ଓ ଘଟଣା ସ୍ଥଳରୁ ଗିରଫ କରାଯାଇଥିବା ଲୋକଙ୍କ ବୟାନ ଆଧାରରେ ତଦନ୍ତ କରାଯାଉଛି । ବର୍ତ୍ତମାନ ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଖାନ୍ ସାର୍ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି ।

ସେ କହିଛନ୍ତି ଯେ, “ଆମେ ପ୍ରଥମେ ଡିଜିଟାଲ ଆନ୍ଦୋନଳ ଆରମ୍ଭ କରିଥିଲୁ । ଆମେ ପିଲାମାନଙ୍କୁ ରୋକି ରଖିଥିଲୁ । ଛାତ୍ର ମାନେ ଆରଆରବି ପରୀକ୍ଷା ଫଳାଫଳ ପରେ ହଙ୍ଗାମା ଆରମ୍ଭ କରିଛନ୍ତି । ପ୍ରଦର୍ଶନ ଆରମ୍ଭ ହେବା ପରେ ମୋତେ ସୂଚନା ମିଳିଥିଲା । ତେବେ ଯଦି ଆରଆରବି ପିଲାଙ୍କ ସହିତ କଥାବାର୍ତ୍ତା କରିଥାନ୍ତା ତାହେଲେ ଭଲ ହୋଇଥାନ୍ତା” । ସୂଚନା ଅନୁଯାୟୀ, ବିହାରରେ ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ୍‌ ବୋର୍ଡ ଆୟୋଜିତ ନନ୍‌ ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରି ପରୀକ୍ଷାର ଫଳାଫଳକୁ ନେଇ ତିନିଦିନ ଧରି ଆନ୍ଦୋଳନ ଜାରି ରହିଛି । ଡିଡିୟୁ ରେଳ ମଣ୍ଡଳର ଗୟା ଜନ୍‌କ୍ସନରେ ବୁଧବାର ପରୀକ୍ଷାରେ ତ୍ରୁଟି ଅଭିଯୋଗରେ ଆନ୍ଦୋଳନକାରୀ ଆଶାୟୀ ଭଙ୍ଗାରୁଜା ଭଳି ସ୍ଥିତି ଉପୁଜାଇଛନ୍ତି । ଏହି ସମୟରେ ଗୟା ଜନ୍‌କ୍ସନର କରିମ୍‌ଗଞ୍ଜ ୟାର୍ଡରେ ଛିଡ଼ା ହୋଇଥିବା ଏମ୍‌ଟି କୋଚ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ କୋଚ୍‌ଟି ଜଳି ଯାଇଥିବା ଦେଖିବାକୁ ମିଳିଛି । ଆଶାୟୀମାନେ ରେଳ ଟ୍ରାକ୍‌ ଜାମ୍‌ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking