26.1 C
Bhubaneswar
Friday, March 29, 2024
Homeଅପରାଧଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ କଣ ରହିଛି ଦଣ୍ଡ

ଅନ୍ୟ ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ କଣ ରହିଛି ଦଣ୍ଡ

ଭୁବନେଶ୍ୱର : ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡି ମାରିଦେବା ଘଟଣାର ୪ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଛି | ଏହି ଘଟଣାକୁ ନେଇ ଦେଶ ବ୍ୟାପି ହଇଚଇ ସୃଷ୍ଟି ହୋଇଛି | ସବୁ ଦୁଷ୍କର୍ମକାରୀଙ୍କୁ ଏପରି ଏନକାଉଣ୍ଟର କରି ମାରିବାକୁ ସ୍ୱର ଉଠିଥିବା ବେଳେ କିଛି ବିରୋଧ ମଧ୍ୟ ହେଉଛି | କିନ୍ତୁ ଭାରତର ଆଇନ ବ୍ୟବସ୍ଥା ଏପରି ଏନକାଉଣ୍ଟରକୁ ଆନୁମତି ଦେଉନାହିଁ | ଆମ ଦେଶରେ ଫାଶୀ ଵ୍ୟଵସ୍ଥା ଅଛି | ହେଲେ ଆମକୁ ଏଥିପାଇଁ ନ୍ୟାୟିକ ବ୍ୟବସ୍ଥା ଦେଇ ଯିବାକୁ ପଡିବ, ଯାହାକି ସମୟ ସାପେକ୍ଷ | ଦିଲ୍ଲୀ ନିର୍ଭୟା ଘଟଣାକୁ ୬ ବର୍ଷ ବିତିଗଲାଣି, କୋର୍ଟଙ୍କ ନିର୍ଦେଶ ସତ୍ୱେ ଏଯାଏ ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିପାରି ନାହିଁ | ଦେଶରେ ଦୁଷ୍କର୍ମ ଘଟଣା ବଢି ଚାଲିବା ଓ ନ୍ୟାୟିକ ପ୍ରକିୟା ବିଳମ୍ବିତ ହେବା ଦେଖି ଲୋକେ ହାଇଦ୍ରାବାଦ ଘଟଣାକୁ ଆପଣେଇବା ପାଇଁ ଦାବି କରୁଛନ୍ତି | ଅନ୍ୟ ଦେଶରେ ଥିବା କଠୋର ବ୍ୟବସ୍ଥାକୁ ଆପଣେଇବାକୁ ଦାବି କରୁଛନ୍ତି |

ଅନ୍ୟ କେଉଁ ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ କଣ ରହିଛି ଦଣ୍ଡ ଜାଣନ୍ତୁ

ଆମେରିକା : ଆମେରିକାରେ କିଛି ରାଜ୍ୟ ଯେପରି କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୁସିଆନା, ମୋଂଟାନ, ଆୱା, ଓରିଗନ ଆଦି ସ୍ଥାନରେ ବଳାତ୍କାରୀଙ୍କୁ ଦଣ୍ଡଦେବା ପାଇଁ କେମିକାଲ ଅବା ଅର୍ଜିକାଲ ଉପାୟରେ ସେମାନଙ୍କୁ ନପୁଂସକ କରି ଦିଆଇଥାଏ ।
ପାକିସ୍ତାନ : ଗଣବଳାତ୍କାର ପାଇଁ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡ ନଚେତ ମୃତ୍ୟୁଦଣ୍ଡ ଦେବାର ନିୟମ ରହିଛି । ସେହିପରି ଯଦି କୌଣସି ବ୍ୟକ୍ତି ମହିଳାଙ୍କୁ ବଳାତ୍କାର କରେ ତା’ ହେଲେ ସେହି ଅଭିଯୁକ୍ତଙ୍କୁ ୧୦ ରୁ ୨୫ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଥାଏ ।
ଆଫଗାନିସ୍ତାନ : ଆଫଗାନିସ୍ତାନରେ ସାଧାରଣତଃ ଇସଲାମ ଧର୍ମ ସମ୍ବନ୍ଧୀୟ ନିୟମ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯାଇଥାଏ । ସେଥିପାଇଁ ଏଠାରେ କଠୋରରୁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ବିଶେଷ କରି ଆଫଗାନିସ୍ତାନରେ ଅତି ଗୁରୁତ୍ୱର ଅପରାଧ ପାଇଁ ଦୋଷୀଙ୍କୁ ଫାଶୀଦଣ୍ଡ ନଚେତ ସୈନିକ ଦ୍ୱାରା ତାଙ୍କ ଉପରକୁ ଗୁଳିମାଡ଼ କରି ମାରି ଦିଆଯାଇଥାଏ । ତେବେ ଏହି ଗୁରୁତ୍ୱର ଅପରାଧ ଭିତରେ ରହିଛି ହତ୍ୟା, ସମଲିଙ୍ଗୀଙ୍କ ଆଚରଣ, ସ୍ୱଧର୍ମୀ ତ୍ୟାଗ, ବଳାତ୍କାର, ଆତଙ୍କବାଦ, ଡ୍ରଗ୍ସ କାରବାର, ପରକୀୟା ସମ୍ପର୍କ, କିମ୍ବା ରାଜଦ୍ରୋହରେ ଲିପ୍ତ ଥିବା ବିଷୟରେ ଜଣାପଡ଼ିଲେ ଉକ୍ତ ଦୋଷୀମାନଙ୍କୁ ଉପରୋକ୍ତ ଦୁଇଟି ଦଣ୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦିଆଯିବର ନିୟମ ଅଛି ।
ସାଉଦି ଆରବ : ସାଉଦି ଆରବରେ ବଳାତ୍କାର ପାଇଁ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ନିୟମ ରହିଛି । ଏହି ମୃତ୍ୟୁଦଣ୍ଡ ପୁଣି ତିନି ପ୍ରକାର ହୋଇଥାଏ । କେଉଁଠି ଦୋଷୀ ଉପରକୁ ଏଠାରେ ପଥର ଫୋପାଡ଼ୀ ହତ୍ୟା କରାଯାଏ ତ ଆଉ କେଉଁଠି ଦୋଷୀଙ୍କୁ ଗୁଳିକରି ମାରି ଦିଆଯାଏ । ସେହିପରି ଆଉ କେଉଁଠି ଦୋଷୀର ଖଣ୍ଡା ଦ୍ୱାରା ଶିରଚ୍ଛେଦନ କରିଦିଆଯାଏ ।
ଚୀନ : ଚୀନରେ ବଳାତ୍କାରୀଙ୍କୁ ନେଇ ଭିନ୍ନ ଭିନ୍ନ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଏଠାରେ ଜଣେ ବଳାତ୍କାରୀଙ୍କୁ ଅତି କମରେ ୩ ରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହିପରି ଯଦି ଜଣେ ବ୍ୟକ୍ତି ଏକାଧିକ ବଳାତ୍କାରରେ ସପୃକ୍ତ ଥାଆନ୍ତି କିମ୍ବା ୧୪ବର୍ଷରୁ କମ ନାବାଳିକାକୁ ବଳପ୍ରୟୋଗ ପୂର୍ବକ ବଳାତ୍କାର କରିଥାଆନ୍ତି ତା’ ହେଲେ ତାଙ୍କୁ ଫାସି ଦଣ୍ଡ ହୋଇଥାଏ ।
ଫ୍ରାନ୍ସ : ଫ୍ରାନ୍ସରେ ବି ବଳାତ୍କାରରକୁ ନେଇ ଭିନ୍ନ ଭିନ୍ନ ଦଣ୍ଡର ବ୍ୟବସ୍ଥା ରହିଛି । ଏଠାରେ ଜଣେ ବଳାତ୍କାରୀଙ୍କୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।
କାନାଡା : କାନାଡାରେ ବଳାତ୍କାରୀ ଭାବେ ପ୍ରମାଣିତ ହେଲେ ଆଜୀବନ କାରାଦଣ୍ଡ ଭୋଗିବାର ନିୟମ ଏଠାରେ ରହିଛି । ତେବେ ଏହି ଆଜୀବନ ଜେଲଦଣ୍ଡର ସମୟସୀମା ଏଠାରେ ପ୍ରାୟତଃ ୨୫ବର୍ଷ ହୋଇଥାଏ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking