31.1 C
Bhubaneswar
Friday, March 29, 2024
Homeମତ୍ସ୍ୟ ଚାଷମାଛ ଚାଷରେ କେମିତି ରହିଛି ଲାଭ

ମାଛ ଚାଷରେ କେମିତି ରହିଛି ଲାଭ

ନୂଆଦିଲ୍ଲୀ: ସାଧାରଣ ଭାବରେ ଲୋକେ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବସାୟ କରନ୍ତି । ବ୍ୟବସାୟ ମଧ୍ୟରୁ ମାଛ ଚାଷ ହେଉଛି ଏକ ଭଲ ବ୍ୟବସାୟ । ଜିଡିପିରେ ମୋଟ କୃଷି ଉତ୍ପାଦ ଭାଗରୁ ପ୍ରାୟ ଏକ ଚତୁର୍ଥାଂଶ ମାଛ ଚାଷ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥ୍ୟା ପାଇଁ ଏକ ମହତ୍ୱପୂର୍ଣ୍ଣ ଆର୍ଥିକ ଗତିବିଧି ବନିଯାଇଛି । ଭାରତର ୬୦ ପ୍ରତିଶତ ରୁ ଅଧିକ ଲୋକେ ଖାଇବାରେ ମାଛକୁ ପସନ୍ଦ କରନ୍ତି ଏବଂ ଭାରତ ଭଳି ଜନାଧିକ୍ୟ ଦେଶର ୬୦ ପ୍ରତିଶତ ପ୍ରାୟ ୭୮ କୋଟି । ଯାହାର ଅଭିପ୍ରାୟ ଏହା ଯେ, ଭାରତରେ ପ୍ରାୟ ୭୮ କୋଟି ଲୋକ ଖାଇବାରେ ମାଛକୁ ଅତିମାତ୍ରାରେ ପସନ୍ଦ କରନ୍ତି । ଏହି କାରଣ ପାଇଁ କେହି ବି ମାଛ ଚାଷ ବ୍ୟବସାୟରୁ ଆରମ୍ଭ କରିପାରିବେ ।
ଦେଖିବାକୁ ଗଲେ ଭାରତରେ ବ୍ୟବସାୟିକ ରୂପରେ ଫିସ ଫାର୍ମିଙ୍ଗ ଆରମ୍ଭ କରିବାର ଗୋଟିଏ ନୁହେଁ ବରଂ ଅନେକ ଫାଇଦା ରହିଛି । ଭାରତରେ ମାଛ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତରୁ ଅଧିକ । ମାଛରୁ ପ୍ରୋଟିନ ବିପୁଳ ମାତ୍ରାରେ ମିଳିଥାଏ । ଏଥିପାଇଁ ଡାକ୍ତରଙ୍କ ଦ୍ୱାରା ବି ଅନେକ ଲୋକେ ମାଛ ଖାଇବାକୁ କୁହାଯାଏ ।
ଭାରତକୁ ପ୍ରକୃତି ଅନେକ ନଦୀ, ନାଳ, ହ୍ରଦ ଏବଂ ପାଣି ସ୍ରୋତରେ ଆଚ୍ଛାଦିତ କରିଛି । ସେଥିପାଇଁ କେହି ବି ଏହି ମାଛ ବ୍ୟବସାୟ ଆରମ୍ଭ କରିପାରିବେ । ମାଛ ପ୍ରଜାତି ଚୟନ କରିବା ହେଉଛି ଜଟିଳ ପ୍ରକ୍ରିୟା । ହେଲେ ଭାରତରେ ସେହି ପ୍ରଜାତିର ମାଛ ର ଜାତି ଓ ପ୍ରଜାତି ମିଳିଥାଏ । ଏମିତି ଚାଷୀ ଯିଏ ପୂର୍ବରୁ କୃଷି କାର୍ଯ୍ୟ ଏବଂ ଅନ୍ୟ ଫାର୍ମିଂ ଯେମିତି ଡାଏରୀ, ଗୋଟ ଫାର୍ମିଂ ଇତ୍ୟାଦି କରୁଛନ୍ତି, ସେମାନେ ବି  ଏଭଳି ବିଜନେଓ କରିପାରନ୍ତି । କାରଣ ଗ୍ରାମୀଣ ଅଂଚଳରେ କୃଷି ଶ୍ରମିକ ବହୁତ ଶସ୍ତାରେ ମିଳିଯାଆନ୍ତି ।
ଏମିତି ଲୋକ ଯିଏ କୌଣସି କାମ କିମ୍ବା ଚାକିରୀ କରୁନାହାନ୍ତି, ସେମାନେ ସମୟ ବାହାରକରି ଫିସ ଫାର୍ମିଂ ବିଜନେସ ଆରମ୍ଭ କରିପାରନ୍ତି ।
ଏହା କୃଷି ସହ ଜଡିତ ବ୍ୟବସାୟ । ଏଥିପାଇଁ ଭାରତ ସରକାର ଗ୍ରାମୀଣ ଅଂଚଳରେ ରୋଜଗାର ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏମିତି ବ୍ୟବସାୟକୁ ବିଭିନ୍ନ ଯୋଜନା ଦ୍ୱାରା ଉତ୍ସାହିତ କରନ୍ତି । ଏମିତି ବ୍ୟବସାୟ ପାଇଁ ଋଣ ଉପରେ ସବସିଡି ବି ଦିଆଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking