30.1 C
Bhubaneswar
Wednesday, April 24, 2024
Homeଓଡିଶାବାର କାଉନସିଲ ଅଫ୍ ଇଣ୍ଡିଆର ନିଷ୍ପତ୍ତି ବିରୁଦ୍ଧରେ ଏକଜୁଟ : ଫେବୃୟାରୀ ୫ରେ ପଶ୍ଚିମ...

ବାର କାଉନସିଲ ଅଫ୍ ଇଣ୍ଡିଆର ନିଷ୍ପତ୍ତି ବିରୁଦ୍ଧରେ ଏକଜୁଟ : ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ମାନଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ ଆନ୍ଦୋଳନ ଏବେ ଏକ ଭିନ୍ନ ମୋଡ ନେଇଛି । କିଛି ଦିନ ତଳେ ବାର କାଉନସିଲ ଅଫ୍ ଇଣ୍ଡିଆ ଆନ୍ଦୋଳନରତ ଓକିଲ ମାନଙ୍କ ଲାଇସେନ୍ସ ରଦ୍ଦ କରିବା ତଥା ସେମାନଙ୍କ ମୁକଦ୍ଦମାକୁ ନିକଟସ୍ଥ କୋର୍ଟକୁ ସ୍ଥାନାନନ୍ତରଣ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛି । ସ୍ଥାୟୀ ବ୍ୟାଞ୍ଚ ଦାବି ସଂପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ନକରି ଅଗଣାତାନ୍ତ୍ରିକ ଉପାୟରେ ବାର କାଉନିସଲ ଅଫ୍ ଇଣ୍ଡିଆ ଓକିଲ ସଂଘ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛି । ଓକିଲ ମାନଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ବାର କାଉନିସଲ ଅଫ୍ ଇଣ୍ଡିଆର ଏପରି ଏକଚାଟିଆ କାରବାର ବିରୁଦ୍ଧରେ ପଶ୍ଚିମ ଓଡ଼ିଶାର ଓକିଲ ମାନେ ଏକଜୁଟ ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବଲାଙ୍ଗୀର ଓକିଲ ସଂଘ ର ସଭାପତି ପ୍ରମୋଦ କୁମାର ତ୍ରିପାଠୀ ଓ ସମ୍ବଲପୁର ଓକିଲ ସଂଘର ସଭାପତି ବି. ଜିତେନ୍ଦ୍ରିୟ ପ୍ରଧାନଙ୍କ ଆବାହକତ୍ୱରେ ଆଜି ସ୍ଥାନୀୟ ସିଭିଲ କୋର୍ଟ ବାର ହଲ ଠାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଫାଇଟ୍ ଫର୍ ଲୟରସ୍ ରାଇଟ୍ ବ୍ୟାନରରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୩ ଟି ବାର୍ ଏସୋସିଏସନର ସଭାପତି ମାନେ ଯୋଗ ଦେଇ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଶପଥ ଗ୍ରହଣ କରିଛନ୍ତି । ଓକିଲ ମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଦରକାର ପଡିଲେ ସୁପ୍ରିମ କୋର୍ଟକୁ ଯିବା ପାଇଁ ମଧ୍ୟ ଓକିଲ ମାନେ ପ୍ରସ୍ତୁତ ଅଛନ୍ତି ବୋଲି ଚେତାବନୀ ଦିଆଯାଇଛି । ପଶ୍ଚିମ ଓଡ଼ିଶାର ଜନସାଧାରଣ ତଥା ଓକିଲ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ଏହା ସ୍ୱତନ୍ତ୍ର ରାଜ୍ୟ ସ୍ଥାପନ ଦାବିକୁ ମଜବୁତ କରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି କ୍ରମରେ ବାର କାଉନସିଲ ଅଫ୍ ଇଣ୍ଡିଆର ମନୋମୁଖୀ କାରବାର ଓ ଅଗଣାତାନ୍ତ୍ରିିକ ନିଷ୍ପତ୍ତି ବିରୁଦ୍ଧରେ ଆସନ୍ତା ଫେବୃୟାରୀ ୫ ତାରିଖ ଦିନ ୧୨ଘଣ୍ଟିଆ ପଶ୍ଚିମ ଓଡ଼ିିଶା ବନ୍ଦ ଡାକରା ଦିଆଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ହୋଇଛି । । ଏହି ଦିନ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଦୋକାନ, ବଜାର,ସ୍କୁଲ,କଲେଜ ଓ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ପଶ୍ଚିମ ଓଡ଼ିଶାର ଓକିଳ ମାନଙ୍କ ଏଜକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଗୃହ ସଚିବ ଓ ଆଇନ ସଚିବଙ୍କୁ ସାକ୍ଷାତ କରି ଓକିଲ ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଦୁଇ ସଚିବ ଏଟୋର୍ଣ୍ଣି ଜେନେରାଲଙ୍କୁ ସଠିକ ନିର୍ଦ୍ଦେଶ ଦେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗୃହୀତ ହୋଇଛିା
ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ସଭାପତି ଓ ସଂପାଦକ ମାନଙ୍କ ବିରୁଦ୍ଧରେ ବାର କାଉନସିଲ ଅଫ ଇଣ୍ଡିଆ ନେଇଥିବା ଅଗଣାତାନ୍ତ୍ରିକ ପଦକ୍ଷେପକୁ ବୈଠକାରେ କଡା ନିନ୍ଦା କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସେଣ୍ଟ୍ରାଲ ଏକ୍ସନ କମିଟିର ଆବାହକ ଅଶୋକ ଦାଶଙ୍କ ସମେତ ସୁନ୍ଦରଗଡ଼ଜିଲ୍ଲା ଓକିଲ ସଂଘର ସଭାପତି ସୁରେନ୍ଦ୍ର ନାରାୟଣ ନାଏକ, ବୌଦ୍ଧ ଼ଜିଲ୍ଲା ଓକିଲ ସଂଘର ସଭାପତି ତରିଣି ମହାପାତ୍ର, ସୋହେଲ ଓକିଲ ସଂଘର ସଭାପତି ସି. ମିଶ୍ର, ରେଡ଼ାଖୋଲ ଓକିଲ ସଂଘର ସଭାପତି ଅଭୟ କୁମାର ବୀର, କୁଚିଣ୍ଡା ଓକିଲ ସଂଘର ସଭାପତି ପ୍ରମୋଦ କୁମାର ଛୁରିଆ, ପଦ୍ମପୁର ଓକିଲ ସଂଘର ସଭାପତି କିଶୋର ମେହେର, ଜଗତଭୂଷଣ ଶତପଥୀ,ନୂଆପଡା ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଶାନ୍ତ ପାଢ଼ୀ, ବୀରମହାରାଜପୁର ଓକିଲ ସଂଘର ସଭାପତି ରାଧାକାନ୍ତ ମହାକୁଡ, ଝାରସୁଗୁଡା ଼ଜିଲ୍ଲା ଓକିଲ ସଂଘର ସଭାପତି ସନ୍ଦୀପ ଅଗସ୍ତି, ଦେବଗଡ ଼ଜିଲ୍ଲା ଓକିଲ ସଂଘର ସଭାପତି ରାଜକିଶୋର ପ୍ରଧାନ, ଲୋଇସିଂହା ଓକିଲ ସଂଘର ସଭାପତି ରାଜକିଶୋର ମିଶ୍ର, ଟିଟିଲାଗଡ଼ ଓକିଲ ସଂଘର ସଭାପତି କୃଷ୍ଣଚନ୍ଦ୍ର ସାହୁ, ସଇଁତଳା ଼ଓକିଲ ସଂଘର ସଭାପତି ଦାମୋଦର ବେହେରା, କଣ୍ଟାବାଞ୍ଜି ଓକିଲ ସଂଘର ସଭାପତି ସମୀନ ଅହମ୍ମଦ ଖାନ, ଅତାବିରା ଓକିଲ ସଂଘର ସଭାପତି ଅରବିନ୍ଦ ସୁଦାନୀ, ସୋନପୁର ଼ଜିଲ୍ଲା ଓକିଲ ସଂଘର ସଭାପତି ସର୍ବେଶ୍ୱର ପୁରୋହିତ, ତରଭା ଓକିଲ ସଂଘର ସଭାପତି ହନୁମାନ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ ୨୩ଟି ବାର୍ ଏସୋସିଏସନର ସଭାପତି ଓ ସଂପାଦକ ଙ୍କ ସମେତ ବଲାଙ୍ଗୀର ଓକିଲ ସଂଘର ସଂପାଦକ ଅମନ ନାଗ, ସଭାପତି ବାସୁଦେବ ବାରିକ, ସଭ୍ୟ ଅରବିନ୍ଦ ପୂଜାରୀ, ଭବାନୀ ଶତପଥୀମାପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking