34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣା: ଅର୍ପିତାଙ୍କ ବୟାନ୍- ମୋ ଅଜାଣତରେ ଫ୍ଲାଟରେ ରଖାଯାଇଛି ଟଙ୍କା

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣା: ଅର୍ପିତାଙ୍କ ବୟାନ୍- ମୋ ଅଜାଣତରେ ଫ୍ଲାଟରେ ରଖାଯାଇଛି ଟଙ୍କା

କୋଲକାତା : ବହୁ ଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ନୂଆ ମୋଡ଼ । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥ ଚାଟ୍ଟାର୍ଜୀଙ୍କୁ ଗିରଫ ପରେ ତାଙ୍କ ସଂପର୍କୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ମଧ୍ୟ ଗିରଫ କରାଯାଇଥିଲା । ଅର୍ପିତାଙ୍କ ଫ୍ଲାଟରୁ ୫୦ କୋଟିରୁ ଅଧିକ ନଗଦ କ୍ୟାସ୍ ମିଳିବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା । ହେଲେ ଏହି ଟଙ୍କା ତାଙ୍କର ନୁହେଁ ବୋଲି କହିବା ସହିତ ତାଙ୍କ ଅଜାଣତରେ ଫ୍ଲାଟ୍ ରେ ଏତେ ଟଙ୍କା ରଖାଯାଇଥିବା ସେ କହିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଲକତା ଅନ୍ତର୍ଗତ ତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ସହ ୫ କେଜି ସୁନା ଜବତ କରିଥିଲା । ଦୁର୍ନୀତି ମାମଲାରେ ଜଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୩ ତାରିଖରୁ ଇଡି ନିଜ ହେପାଜତରେ ରଖିଛି । ପଶ୍ଚିମବଙ୍ଗରେ ହୋଇଥିବା ଗ୍ରୁପ୍ ସି ଏବଂ ଡି ଷ୍ଟାଫ୍ ନିଯୁକ୍ତି, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସହକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ଇଡି ପାର୍ଥଙ୍କୁ ଗିରଫ କରିଛି । ଏହି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀଙ୍କ ଘରେ ଜୁଲାଇ ୨୨ ତାରିଖରେ ଇଡି ଚଢ଼ାଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ୨୧.୯୦ କୋଟି ଟଙ୍କା ନଗଦ କ୍ୟାସ୍, ୫୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଏବଂ ୭୬ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା । ପରେ ଅର୍ପିତାଙ୍କ ଅନ୍ୟ ଏକ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା ଇଡି । ପୁଣି ଇଡି ୨୮.୯୦ କୋଟି ଟଙ୍କା ଏବଂ ୫ କେଜି ସୁନା ଜବତ କରିଥିଲା । ଏହି ଜବତ ଟଙ୍କା ଏବଂ ସୁନା ଶକ୍ଷିକ ନିଯୁକ୍ତି ଦୁର୍ନୀତି ଜଡ଼ିତ ଟଙ୍କା ବୋଲି ଇଡି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking