ପଶ୍ଚିମବଙ୍ଗ: ଘରୁ ମିଳିଲା ବିଜେପି ବୁଥ୍ ସଭାପତିଙ୍କ ଝୁଲନ୍ତା ଶବ

କୋଲ୍‌କାତା : ପଶ୍ଚିମବଙ୍ଗର ମେଦିନୀପୁରରେ ବିଜେପିର ଜଣେ ବୁଥ୍ ଅଧ୍ୟକ୍ଷଙ୍କ ଝୁଲନ୍ତା ଶବ ଘରୁ ମିଳିଛି । ଏହି ଘଟଣା ମେଦିନୀପୁର ଜିଲ୍ଲା ସବୋଙ୍ଗର ପାନିଥୋର ବୁଟେ ଅଞ୍ଚଳର । ମୃତକ ନାମ ଦୀପକ ସାମନ୍ତ (୩୫ ବର୍ଷ) । ଦୀପକଙ୍କୁ ହତ୍ୟାକରି ଶବ ଘରେ ଝୁଲାଇ ଦିଆଯାଇଥିବା ତାଙ୍କର ପରିଜନମାନେ ଅଭିଯୋଗ କରିଛନ୍ତି ।