28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିଧାନସଭାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀଶ ଧନଖଡ ତାଙ୍କ ଫାଟକରେ ତାଲା 

ବିଧାନସଭାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀଶ ଧନଖଡ ତାଙ୍କ ଫାଟକରେ ତାଲା 

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀଶ ଧନଖଡଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ। ଆଜି ପୁଣି ଏକ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ରାଜ୍ୟପାଳ ଜଗଦୀଶ ଧନଖଡଙ୍କୁ ମଧ୍ୟାହ୍ନ ଭୋଜନ ଲାଗି ନିମନ୍ତ୍ରଣ ଦେଇଥିଲେ। ଏହାକୁ ରକ୍ଷା କରି ସେ ଆଜି ସକାଳେ ବିଧାନସଭା ଉଦ୍ଦେଶ୍ୟରେ ବାହାରିଥିଲେ। ସେ ଏଥିଲାଗି ଆଗରୁ ସୂଚନା ବି ଦେଇଥିଲେ। ମାତ୍ର ସେ ଫାଟକ ପାଖରେ ପହଞ୍ଚିବା ବେଳକୁ ଦେଖିଲେ ତାଙ୍କପାଇଁ ଉଦ୍ଦିଷ୍ଟ ୧ନଂ ଗେଟରେ ତାଲା ପଡ଼ିଛି। ଏହାର ପ୍ରତିବାଦରେ ରାଜ୍ୟପାଳ ଜଗଦୀଶ ଧନଖଡ ସାଂକେତିକ ଧାରଣା ଦେଇଥିଲେ। ପରେ ଅବଶ୍ୟ ସେ ସାମ୍ବାଦିକମାନଙ୍କ ଲାଗି ଉଦ୍ଦିଷ୍ଟ ଫାଟକ ଦେଇ ବିଧାନସଭାକୁ ଯାଇଥିଲେ।
ଏହାକୁ ନେଇ ରାଜ୍ୟପାଳ ଜଗଦୀଶ ଧନଖଡ ଅସନ୍ତୋଷ ଜାହିର କରି ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏଭଳି ଘଟଣା ଯୋଗୁଁ ତାଙ୍କୁ ଅପମାନିତ କରାଯାଉନାହିଁ ବରଂ ଗଣତନ୍ତ୍ର ପ୍ରତି ଅପମାନ ହେଉଛି ବୋଲି କହିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking