26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଦ୍ୱିତୀୟ ଥର ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଦ୍ୱିତୀୟ ଥର ସାକ୍ଷାତ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଶନିବାର ନିଜ ରାଜ୍ୟକୁ ଫେରିବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ସାକ୍ଷାତ କରିଛନ୍ତି ।  ଏହା ପୂର୍ବରୁ ଗୁରୁବାର ବି ରାଜ୍ୟପାଳ ଧନଖଡ ଅମିତ ଶାହାଙ୍କ ସହିତ ସାକ୍ଷାତ କରିଥିଲେ । କୁହାଯାଉଛି ଯେ, ଦୁଇ ନେତାଙ୍କ ମଧ୍ୟରେ ବର୍ତମାନର ସ୍ଥିତି ଓ କାନୁନ ବ୍ୟବସ୍ଥା ଉପରେ ଚର୍ଚ୍ଚା ହୋଇଥିଲା । ରାଜ୍ୟପାଳ ଧନଖଡ ଗୃହମନ୍ତ୍ରୀ ଙ୍କୁ ବିଗିଡିଥିବା କାନୁନ ବ୍ୟବସ୍ଥାର ସ୍ଥିତି ବିଷୟରେ ତଥ୍ୟ ଦେଇଥିଲେ । ଧନଖଡ ଗୁରୁବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ସାକ୍ଷାତ କରିଥିଲେ । ପଶ୍ଚିମବଙ୍ଗରେ ବିଗିଡିଥିବା ଆଇନ ବ୍ୟବସ୍ଥାକୁ ନେଇ ଧନଖଡ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସାମ୍ନା କରିଛନ୍ତି । ତେବେ ସେ ମେ ୨ ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ହିଂସା ପ୍ରଭାବିତ ରାଜ୍ୟ ଗସ୍ତ କରିଥିଲେ ଏବଂ ଲୋକଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking