27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟିଏମସିକୁ ଟାର୍ଗେଟ କଲେ ଦିଲ୍ଲୀପ ଘୋଷ

ଟିଏମସିକୁ ଟାର୍ଗେଟ କଲେ ଦିଲ୍ଲୀପ ଘୋଷ

କୋଲକାତା: ତୃଣମୂଳ କଂଗ୍ରେସ ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ମନ୍ତ୍ରୀ ଫିରହାଦ ହକିମ ନିର୍ବାଚନୀ ପ୍ରଚାର ମଧ୍ୟରେ ବିଜେପିକୁ ଅନେକ ଅପଶବ୍ଦ କହିଛନ୍ତି । ଯାହାର ଜବାବ ଦେଇ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ଟିଏମସିର ସ୍ଥିତି ଖରାପ ହୋଇଯାଇଛି । ତାଙ୍କ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ଜଣାନାହିଁ । ସେମାନେ ବୁଝିପାରୁଛନ୍ତି ଯେ, ପ୍ରତି ଭୋଟରେ ତାଙ୍କ ହାତରୁ ଭୋଟ ଖସୁଛି ।
ଟିଏମସି ପ୍ରାର୍ଥୀ ପିରହାଦ ହକୀମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ସେ ବିଜେପି ନେତା ଓ ସମର୍ଥକଙ୍କୁ ମାରିବା ପାଇଁ ଧମକ ଦେଉଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀପ ଘୋଷ ଟିଏମସିକୁ ଟାର୍ଗେଟ କରି କହିଥିଲେ ଯେ, ଆମେ ସତର୍କ ହୋଇ କାମକରିବାକୁ ଚେଷ୍ଟା କରୁଛୁ । ଯାହାଦ୍ୱାରା ଏଭଳି ହିଂସା ଆଉ ନହେବ । ପୋଲିସ ସାମ୍ନାରେ ହିଁ ସମସ୍ତ ଘଟଣା ଘଟୁଛି । ପୁଲିସ ଟିଏମସି ସମର୍ଥକଙ୍କ ସହିତ ହାତ ମିଶାଇଛି । ଲୋକଙ୍କୁ ପ୍ରଲୋଭିତ  କରିବା କାରଣରୁ ଏହି ଘଟଣା ଘଟୁଛି । ଶୀତଳକୁଚି ରେ ଏକ ବଡ ଘଟଣା ଘଟିସାରିଛି , ବର୍ତ୍ତମାନ ଅଧିକ ଲୋକ ମଧ୍ୟ ତାହା କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ମୁଁ ଭାବୁଛି ଲୋକମାନେ ବୁଝି ସାରିଛନ୍ତି ଏବଂ ମେ 2 ପରେ ଏସବୁର ହିସାବ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking