37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେନ୍ଦ୍ରରେ କଂଗ୍ରେସର ବନ୍ଧୁ ପଶ୍ଚିମବଙ୍ଗ ନିର୍ବାଚନରେ କ’ଣ ପାଇଁ ହେଉଛନ୍ତି ଶତୃ

କେନ୍ଦ୍ରରେ କଂଗ୍ରେସର ବନ୍ଧୁ ପଶ୍ଚିମବଙ୍ଗ ନିର୍ବାଚନରେ କ’ଣ ପାଇଁ ହେଉଛନ୍ତି ଶତୃ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତେଜସ୍ୱୀ ଯାଦବ, ଅଖିଳେଶ ୟାଦଲ ଓ ଉଦ୍ଧବ ଠାକରେ, ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଛନ୍ତି । ତିନି ଦଳର ସମର୍ଥନ ଘୋଷଣା ପରେ ସବୁଠୁ ଇଙ୍ଗ ଝଟକା କଂଗ୍ରେସକୁ ଲାଗିଛି । କହିରଖୁଛୁ ଯେ, ରାଷ୍ଟ୍ରୀୟ ସ୍ତରରେ ତିନି ଦଳ ସବୁବେଳେ କଂଗ୍ରେସକୁ ସମର୍ଥନ ଦେଉଥିଲେ । ବଙ୍ଗାଳ ନିର୍ବାଚନରେ ଭାରୀ ପଲା ସହିତ ୟୁପି, ବିହାର ଓ ମହାରାଷ୍ଟ୍ର ର ଦଳ ଶିବସେନା ଓ ଆରଜେଡି-ସପା ସତ୍ତାଧାରୀ ଦଳ ଟିଏମସିକୁ ସମର୍ଛନ କରୁଛନ୍ତି ।

ତିନି ଦଳ ମମତାଙ୍କୁ ସମର୍ଥନ ଦେବା ଦ୍ୱାରା କଂଗ୍ରେସକୁ କ୍ଷତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଦଳ ମହାରାଷ୍ଟ୍ରରେ ଶିବସେନା ସହିତ ଓ ବିହାରରେ ଆରଜେଡି ସହ ଗଠବନ୍ଧନ କରିଛନ୍ତି । ଯଦି କହିବା, ପଶ୍ଚିମବଙ୍ଗରେ ପ୍ରାୟ ୪୫ ଲକ୍ଷ ହିନ୍ଦୀ ଭାଷା କହୁଥିବା ଭୋଟର ଅଛନ୍ତି । ଯାହାର ପ୍ରାୟ ୪-୫ ସିଟ ଉପରେ ସିଧା ପ୍ରଭାବ ପଡିବ । ଅନ୍ୟପଟେ ଖଡଗପୁର ବେଲ୍ଟରେ ଶିବସେନା ର ବି ଜନାଧାର ରହିଛି ।

ଏମିତିରେ ଦଳମାନଙ୍କ ଦ୍ୱାରା ଦିଆଯାଇଥିବା ସମର୍ଥନ ରୁ ମମତା ବାନାର୍ଜୀଙ୍କୁ ନିର୍ବାଚନ ପୂର୍ବରୁ ବଡ ଆଶ୍ୱସ୍ତି ମିଳିଛି । କଂଗ୍ରେସକୁ ଏହାର କ୍ଷତି ଆଗାମୀ ନିର୍ବାଚନରେ ହୋଇପାରେ । ଅନ୍ୟପଟେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ ଏଭଳି ସମର୍ଥନ ପାଇଁ ଟିଏମସିକୁ ଟାର୍ଗେଟ କରିଛି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଲେଫ୍ଟ ମିଳିତ ହୋଇ ନିର୍ବାଚନ ଲଢିବେ । ଲେଫ୍ଟ ୧୬୫ ସିଟରେ ନିର୍ବାଚନ ଲଢିବେ । ଯେତେବେଳେ ୯୨ ସିଟ ସିଟ ଉପରେ କଂଗ୍ରେସ ନିର୍ବାଚନ ଲଢିବ । ସେହିପରି ପିରଜାଦାର ଦଳ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ୩୦ ସିଟ ଉପରେ ପ୍ରାର୍ଥୀ ଛିଡା କରିବ । 1972, 1971, 1969 ଏବଂ 1967 ରେ ସିପିଆଇର ଭୁପାଲ ଚନ୍ଦ୍ର ପଣ୍ଡା ଜିତିଥିଲେ। ଏହାପୂର୍ବରୁ ନନ୍ଦିଗ୍ରାମର ଦୁଇଟି ଆସନ ଥିଲା, ନନ୍ଦିଗ୍ରାମ ଉତ୍ତର ଏବଂ ନନ୍ଦିଗ୍ରାମ ଦକ୍ଷିଣ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking