28.1 C
Bhubaneswar
Friday, March 29, 2024
Homeଓଡିଶାବନ୍ଦ ହେଲା ସାପ୍ତାହିକ ହାଟ, ସାମାଜିକ ଦୂରତ୍ୱ ରକ୍ଷା ଦାୟିତ୍ୱ ନେବେ ଶିକ୍ଷକ

ବନ୍ଦ ହେଲା ସାପ୍ତାହିକ ହାଟ, ସାମାଜିକ ଦୂରତ୍ୱ ରକ୍ଷା ଦାୟିତ୍ୱ ନେବେ ଶିକ୍ଷକ

କେନ୍ଦ୍ରାପଡା଼ : ହାଟ ବଜାରରେ ଲୋକଙ୍କ ସମାଗମ ହେଉଥିବାରୁ ସେଠାରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାର ସମ୍ଭାବନା ନଥିବାରୁ ଓ ସେହି ସ୍ଥାନରୁ କରୋନା ଭାଇରସ ଜଣକ ଠାରୁ ଅନ୍ୟ ଜଣକୁ ବ୍ୟାପିବାର ଆଶଙ୍କା ଥିବା ଜିଲ୍ଲାର ଗାଁ ଗହଳିରେ ହେଉଥିବା ସାପ୍ତାହିକ ହାଟଗୁଡ଼ିକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଗାଁ ଗଣ୍ଡାରେ ହେଉଥିବା ସାପ୍ତାହିକ ହାଟ ବନ୍ଦ ହେବା ପରେ ଲୋକମାନେ ପନି ପରିବା ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇବାରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ହାଟର ପରିସୀମା, ଲୋକ ଗହଳିକୁ ନଜରରେ ରଖାଯାଇ ବ୍ୟବସାୟୀଙ୍କ ସଂଖ୍ୟା ସ୍ଥିର କରାଯାଇ ହାଟ ଖୋଲା ଯିବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ଲୋକମାନେ ଦୋକାନ ଓ ହାଟ ବଜାରରୁ ସମଗ୍ରୀ କିଣିବାକକୁ ଆସୁଥିବା ବେଳେ କିପରି ଅଯଥା ଗହଳି ନହେବ ଓ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯିବ ସେ ନେଇ ଲୋକଙ୍କ ସଚେତନ କରାଯିବାକୁ ସ୍ଥାନୀୟ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରଶାସନର ଏହି ନିଷ୍ପତି କାର୍ଯ୍ୟକାରୀ ପାଇଁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଜିଲ୍ଲାପାଳ ସାର୍ଥକ ବର୍ମା ଚିଠି ଲେଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking