28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକର୍ଣ୍ଣାଟକରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

କର୍ଣ୍ଣାଟକରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

କର୍ଣ୍ଣାଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ହୋଇଥିଲା । ବର୍ତ୍ତମାନ କର୍ଣ୍ଣାଟକରୁ ସପ୍ତାହାନ୍ତ କର୍ଫ୍ୟୁକୁ ଉଠାଇଦିଆଯାଇଛି। ସପ୍ତାହାନ୍ତ କର୍ଫ୍ୟୁ ହଟିବା ଫଳରେ ଚଳଚଞ୍ଚଳ ହୋଇଛି ସହରବଜାର । ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକମାନେ ଘରୁ ବାହାରକୁ ଆସିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସପ୍ତାହାନ୍ତ କର୍ଫ୍ୟୁ ଜାରି କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ତେବେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଜାରି ରହିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ବୈଷୟିକ ପରାମର୍ଶଦାତା କମିଟି ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢିଥିବା ସତ୍ତ୍ୱେ ହସ୍ପିଟାଲରେ ଆଡମିଶନ ସଂଖ୍ୟା ଚିନ୍ତାଜନକ ହୋଇନାହିଁ । ସପ୍ତାହାନ୍ତ କର୍ଫ୍ୟୁ ଫଳରେ ରାଜ୍ୟରେ ଶନିବାର ଓ ରବିବାର କଟକଣା ଲାଗୁ କରାଯାଉଥିଲା । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଣାଟକରୁ ସପ୍ତାହାନ୍ତ କର୍ଫ୍ୟୁ ହଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking