24.1 C
Bhubaneswar
Tuesday, May 24, 2022
Homeଅପରାଧସ୍କୁଲ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ୱେବ୍‌ଚ୍ୟାନେଲ୍ ବାର୍ତ୍ତା ସଂପାଦକ ଗିରଫ

ସ୍କୁଲ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ୱେବ୍‌ଚ୍ୟାନେଲ୍ ବାର୍ତ୍ତା ସଂପାଦକ ଗିରଫ

ଭୁବନେଶ୍ୱର:  ସାମାଜିକ ଗଣମାଧ୍ୟମରେ ଡ଼ିଏଭି ସ୍କୁଲ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମେଟ୍ରୋ ଟିଭି ନାମକ ଏକ ୱେବଚ୍ୟାନେଲ୍‌ର ବାର୍ତ୍ତା ସଂପାଦକ ପ୍ରକାଶ ଚନ୍ଦ୍ର ରଥ(୫୨) । ତାଙ୍କ ଘର କଟକ ଜିଲ୍ଲା ନିଆଳି ଅଞ୍ଚଳରେ । ଏନେଇ ପୁଲିସ  ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାଙ୍କ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ୨ବର୍ଷ ହେବ ଅଭିଯୁକ୍ତ ପ୍ରକାଶ ତାଙ୍କର ଫେସବୁକ ଆକାଉଣ୍ଟରେ ଚନ୍ଦ୍ରଶେଖରପୁର ଡ଼ିଏଭି ସ୍କୁଲ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଆସୁଥିଲେ । ଏନେଇ ୨୦୨୦ ମସିହା ଅଗଷ୍ଟ ମାସରେ ସ୍କୁଲ୍ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଧାରା-୪୧ରେ ନୋଟିସ୍ ଦେଇ ଛାଡ଼ିଥିଲେ । ତାଙ୍କୁ ଏହି କାର୍ଯ୍ୟରୁ ଦୂରେଇ ରହିବାକୁ ପୁଲିସ କହିଥିଲା ।

ଏଥିସହ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଥିଲା। ହେଲେ ପରେ ସେ ପୁଲିସକୁ ତଦନ୍ତରେ ସହଯୋଗ କରିନଥିଲେ । ଏଥିସହ ଡ଼ିଏଭି ସ୍କୁଲ ବିରୋଧରେ ସାମାଜିକ ଗଣମାଧ୍ୟମରେ ପୁଣି ଅଶାଳୀଳ ପୋଷ୍ଟ କରିଥିଲେ । ଯାହା ଧାରା-୪୧ ନୋଟିସ୍‌ର ଉଲ୍ଲଙ୍ଘନ ହୋଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଧାରା-୪୧ ଉଲ୍ଲଙ୍ଘନ ହେଲେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରାଯିବ । ଏହି ରାୟକୁ ପାଥେୟ କରି ପୁଲିସ ଶନିବାର ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking