26.1 C
Bhubaneswar
Friday, March 29, 2024
Homeଓଡିଶାନାକେଦମ୍ କରିବ କୁହୁଡି

ନାକେଦମ୍ କରିବ କୁହୁଡି

ଭୁବନେଶ୍ୱର: ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଶୀତ କମିଛି ହେଲେ ବଡୁଛି କୁହୁଡି । ତିନି ଚାରି ଦିନ ହେଲାଣି ରାଜ୍ୟରେ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ପ୍ରଭାବ ଜାରି ରହିବ ,ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କୁହୁଡ଼ିର ପରିମାଣ ଅଧିକ ରହିବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୨ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।କୁହୁଡି ପାଇଁ ଗାଡି ଚଳାଚଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
୧୧ଟି ଜିଲ୍ଲାରେ ଘନ କୁହୁଡିର ପ୍ରଭାବ ରହିବ।ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଅନୁଗୁଳ, ଡେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୋନପୁର, ବାଲେଶ୍ୱର, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଶୀତର ପରିମାଣ କମିବା ସହ କୁହୁଡିର ପ୍ରଭାବ ଅଧିକ ରହିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking