38.8 C
Bhubaneswar
Friday, April 19, 2024
Homeଓଡିଶାମୁଣ୍ଡଫଟା ଖରା ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ସାରା ଓଡିଶା

ମୁଣ୍ଡଫଟା ଖରା ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ସାରା ଓଡିଶା

ଭୁବନେଶ୍ବର : ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦ । ଆକାଶରୁ ଖସିବ ନିଆଁ ଝୁଲ । ତତଲା କଡ଼େଇରେ ଭାଜି ହେବ ଓଡ଼ିଶା ସମେତ ଦେଶର କୋର୍ ହିଟ୍ ଓ୍ୱେଭ୍ ଜୋନରେ ଆସୁଥିବା ବିଭିନ୍ନ ରାଜ୍ୟ । ଆସନ୍ତା ୩ ଦିନ ପର‌୍ୟ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି କମ୍ ରହିବ । ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ଭାବେ ୨ରୁ ୪ ଡିଗ୍ରି ପର‌୍ୟ୍ୟନ୍ତ ବଢ଼ିବ । ଏଥିରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ । ଶନିବାର ଭଦ୍ରକ, କଟକ, ଖୋର୍ଧା, ଅନୁଗୁଳ, ଜଗତ୍‌ସିଂହପୁର,  କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ‌ହେବ ବୋଲି ଜଣାପଡିଛି । ମାର୍ଚ୍ଚ, ଏପ୍ରିଲ୍ ଓ ମେ ଏହି ସମୟରେ ପୂର୍ବରୁ ଯେତେ ସବୁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ତାକୁ ବି ଟପିଯିବ ଏ ବର୍ଷର ତାତି ଖରା । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
୫ରୁ ବର୍ଷା ବଢିବା ସହିତ କାଁ ଭାଁ କୁହୁଡି ହେବ ବୋଲି ଆକଳନ କରାଯାଇଛି । ଶୁକ୍ରବାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ ଟିଟିଲାଗଡରେ ୧୦.୬, ଫୁଲବାଣୀରେ ୧୧, ସୋନପୁରରେ ୧୨.୪ ଏବଂ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରହିଥିଲା ।
ପୂର୍ବାନୁମାନ ଅନୁସାରେ କୋର ହିଟ୍ ଓ୍ୱେଭ୍ ଜୋନରେ ଆସୁଥିବା ରାଜ୍ୟ ଗୁଡ଼ିକ ହେଲା ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ଗୋଆ ଏବଂ ଓଡ଼ିଶା। ଏହି ସବୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗତଥର ଅପେକ୍ଷା ଏବର୍ଷ ଆହୁରି ଦଶମିକ ୫ରୁ ୧ ଡିଗ୍ରୀ ପର‌୍ୟ୍ୟନ୍ତ ବଢ଼ିପାରେ। ଯଦି ଆକଳନ ସତ ହେବ ତାହେଲେ ଏବର୍ଷ ବି ନିଆଁ ସଦୃଶ ରୌଦ୍ରତାପରେ ସିଝିବ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା। ମୁଣ୍ଡଫଟା ଖରା ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ଉପକୂଳ ଓଡ଼ିଶା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking