30.1 C
Bhubaneswar
Thursday, April 25, 2024
Homeଓଡିଶାଶୀତ ଫେରିବାର ସମ୍ଭାବନା ନାହିଁ , ଆରମ୍ଭ ହେଲା ତାତି

ଶୀତ ଫେରିବାର ସମ୍ଭାବନା ନାହିଁ , ଆରମ୍ଭ ହେଲା ତାତି

ଭୁବନେଶ୍ୱର: ରାଜ୍ୟରେ ଆଉ ଶୀତ ହେବନି । ଆଜି ସକାଳୁ ସକାଳୁ ରାଜ୍ୟରେ ପ୍ରବଳ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଦିନର ତାପମାତ୍ରା ବଢ଼ୁଥିବା ଜଣାପଡ଼ିଛି । କମିଛି ଶୀତ ଏଣିକି ଅନୁଭୂତ ହେଉଛି ଖରା । ଏଣିକି ଲୋକ ଦିନରେ ତାତି ଓ ରାତିରେ ଗରମ ଅନୁଭବ କରିବେ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଥିବା ଜଣାପଡିଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ସୂଚନା ମିଳିଛି । କେବଳ ରାତିର ନୁହେଁ ଦିନର ତାପମାତ୍ରା ମଧ୍ୟ ବଢ଼ିବ । ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଫଳରେ ଲୋକମାନେ ଖରା ଅନୁଭବ କରିବେ । ବର୍ତ୍ତମାନର ପାଣିପାଗ ସ୍ଥିତି ଯାହା ସେଥିରେ ଆଉ ଶୀତ ଫେରିବାର ସମ୍ଭାବନା ନାହିଁ । ଚଳିତବର୍ଷ ବିଳମ୍ବରେ ଶୀତ ଆସିଥିବା ବେଳେ ବିଳମ୍ବରେ ବି ଶୀତ ଛାଡ଼ିଛି । ଫେବ୍ରୁଆରି ମାସରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନବେଳା ତାପମାତ୍ରା ୩୫ଡିଗ୍ରି ଉପରେ ରହିବ । ରାତିରେ ତାପମାତ୍ରା ୧୭ଡିଗ୍ରି ଉପରେ ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking