30.1 C
Bhubaneswar
Thursday, April 25, 2024
Homeଓଡିଶା୪୮ ଘଣ୍ଟା ପରେ ରାଜ୍ୟରେ ବଢିବ ତାତି

୪୮ ଘଣ୍ଟା ପରେ ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ଶୀତ ଲାଗି ରହିବ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିବ । ୪୮ ଘଣ୍ଟା ପରେ ଅର୍ଥାତ ଦୁଇ ଦିନ ପରେ ରାଜ୍ୟରେ ତାତି ବୃଦ୍ଧି ପାଇବ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ରେ ସୋନପୁର, ବୈ।ଦ୍ଧ ଓ ଅନଗୁଳ ଜିଲ୍ଲାରେ ଶୀତ ପ୍ରବଳ ଲହରୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୪୮ ଘଣ୍ଟା ପରେ ଧିରେ ଧିରେ ତାପମାତ୍ରା ବଢିବା ସହ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟା ପାଇଁ ୪ଟି ଜିଲ୍ଲାରେ କୋଲ୍ଡ ୱେଭ କଣ୍ଡିସନ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, କଟକ, ଅନୁଗୋଳ, ସୋନପୁର ଓ ବୌଦ୍ଧ । ୧୫ ତାରିଖ ରେ ଉପକୂଳ ଓଡ଼ିଶା ସମେତ କୋରାପୁଟ ନୟାଗଡ଼ ରାୟଗଡ଼ା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖା ଦେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ପ୍ରବଳ କୁହୁଡି ଦେଖିବାକୁ ମିଳିବ । ବର୍ଷା ପରେ ରାଜ୍ୟରେ ବେଶୀ ଶୀତ ଅନୁଭୂତ ହୋଇଥିଲା । ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking