27.1 C
Bhubaneswar
Thursday, April 25, 2024
Homeଓଡିଶାକମିବ ଥଣ୍ଡା , ଆସନ୍ତା ସପ୍ତାହକ ଭିତରେ ବୃଦ୍ଧି ପାଇବ ତାପମାତ୍ରା

କମିବ ଥଣ୍ଡା , ଆସନ୍ତା ସପ୍ତାହକ ଭିତରେ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର : ଥଣ୍ଡା କମିବ । ଆସନ୍ତା ସପ୍ତାହକ ଭିତରେ ବୃଦ୍ଧି ପାଇବ ତାପମାତ୍ରା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗଭଳି ଶୀତ ଅନୁଭୂତ ହେବନି । ଆସନ୍ତା ସପ୍ତାହକ ଭିତରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଏବଂ ଦିନର ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଦୁଇ ଦିନ ଯାଏ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
କୁହାଯାଇଛି ଯେ, ଆଜିଠାରୁ ଅନୁଗୁଳ, ବାଲେଶ୍ବର, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲାଗିରହିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ ଡିଗ୍ରି କମ୍ ରହିବ । ଏଥିସହ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ଘନ କୁହୁଡ଼ି ଜାରି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ସବୁଠି ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି । ତେବେ ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୯ ଡିଗ୍ରି ଥିବା ବେଳେ ଝାରସୁଗୁଡ଼ାରେ ୯.୬ ଡିଗ୍ରି ରହିଥିଲା । ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବା ସୂଚନା ମିଳିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ପୂର୍ବ ଆକଳନ ଅନୁଯାୟୀ ଏଣିକି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥଣ୍ଡା କମିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking