40.1 C
Bhubaneswar
Wednesday, April 24, 2024
Homeଓଡିଶାଖରା ମଧ୍ୟରେ ପୁଣି ଆସିବ ବର୍ଷା

ଖରା ମଧ୍ୟରେ ପୁଣି ଆସିବ ବର୍ଷା

ଭୁୁବନେଶ୍ୱର : ଆଜିଠୁ ବଦଳିବ ପାଗ । ରାଜ୍ୟରେ ହୋଇପାରେ ବର୍ଷା । ଆଜିଠାରୁ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଦିନର ବ୍ୟବଧାନ ପରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଖରା ହେଉଥିବାରୁ ବର୍ଷା ହେଲେ ଆଶ୍ୱସ୍ତି ମିଳିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।
ଆଜିଠାରୁ ଆଭ୍ୟନ୍ତରୀଣ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ଗଂଜାମ ମୟୂରଭଂଜ, ଓ ସୁନ୍ଦରଗଡର କେତେକ ଅଂଚଳରେ ବର୍ଷା ହେବା ଅନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ସେହିପରି ୧୯ ଓ ୨୦ ତାରିଖରେ ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଜଗତସିଂହପୁର ଓ ଭଦ୍ରକରେ ବର୍ଷା ହେବା ସମ୍ଭାବନା ରହିଛି । ୨୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ୨୧ ଓ ୨୨ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜମ, କନ୍ଧମାଳ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, କଟକ ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking