31.1 C
Bhubaneswar
Friday, March 29, 2024
Homeଓଡିଶାଉତ୍ତର ଆନ୍ଧ୍ରପ୍ରଦେଶ ଛୁଇଁଲା ଗଭୀର ଅବପାତ

ଉତ୍ତର ଆନ୍ଧ୍ରପ୍ରଦେଶ ଛୁଇଁଲା ଗଭୀର ଅବପାତ

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଛୁଇଁଛି ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ଛୁଇଁଛି ଏହି ଗଭୀର ଅବପାତ । ଏବେ ସେଠାରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ଜଣାଯାଇଛି। ଏଥିଲାଗି ଆନ୍ଧ୍ରପ୍ରଦେଶର କାକିନାଡ଼ା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାର ସୂଚନା ମିଳିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ାରେ ବର୍ଷାର ମାତ୍ର ଅଧିକ ରହିବ ବୋଲି କୁହାଯାଉଛି। ଏସବୁ ଜିଲ୍ଲାରେ ବର୍ଷାର ପରିମାଣ ବଢିଛି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ଜଣାଯାଇଛି । ଏଣେ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଗଭୀର ଅବପାତ ଅତିକ୍ରମ କରିଛି । ତେବେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking