37.1 C
Bhubaneswar
Thursday, March 28, 2024
Homeଓଡିଶା୧୬ ଜିଲ୍ଲାରେ ପ୍ରବଳ ବର୍ଷିବ : ବଙ୍ଗୋପସାଗରରେ ପୁଣି ଲଘୁଚାପ

୧୬ ଜିଲ୍ଲାରେ ପ୍ରବଳ ବର୍ଷିବ : ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର:  ପଶ୍ଚିମବଙ୍ଗ ଓ ତତସଂଲଗ୍ନ ଉତ୍ତର-ଓଡ଼ିଶା ଅଞ୍ଚଳରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରିକୋଣଭୂମି ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଯାଏ ବ୍ୟାପିଛି । ଏହାର ପ୍ରଭାବରେ ଗତ କିଛି ଦିନ ଧରି ରାଜ୍ୟରେ ଚାଲିଥିବା ବର୍ଷା ଆଉ କିଛି ଦିନ ଜାରି ରହିବାର ସମ୍ଭାବନା ରହିଛି । ୨୦ ତାରିଖ ଯାଏ ଉପକୂଳ ଓ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ୧୬ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ନେଇ ୱାର୍ଣ୍ଣିଂ ଜାରି ହୋଇଛି ।

ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ମଧ୍ୟପ୍ରଦେଶ ଓ ତା’ର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି । ଏହାସହ ଆଉ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରୁ ଓଡ଼ିଶାକୁ ପୂର୍ବା ପବନ ବହୁଛି ।

ଫଳରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୦ ତାରିଖରେ ଉତ୍ତର ଓଡ଼ିଶା ତଥା ରାଜ୍ୟର କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସଜୀବୀଙ୍କୁ ଆସନ୍ତାକାଲି ଯାଏ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୨୧ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୧ ତାରିଖ ପରଠାରୁ ରାଜ୍ୟରେ ପାଗ ବଦଳିବ । ମାସ ଶେଷ ବେଳକୁ ରାଜ୍ୟରେ ଦିନର ତାପମାତ୍ରା କମିବା ସହ ହାଲୁକା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking