34.1 C
Bhubaneswar
Friday, March 29, 2024
Homeଓଡିଶାଦାନା ବାନ୍ଧୁଛି ଲଘୁଚାପ

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ନିଅଣ୍ଟ ବର୍ଷା । ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧାରେ ୭୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ କରାଯାଇଛି ।  ଜୁନ ପହିଲାରୁ ଏଯାଏଁ ୮୭୫ ମିମି ସ୍ୱାଭାବିକ ବର୍ଷା ରେକର୍ଡ ହେବା କଥା, ହେଲେ ଏପର୍ଯ୍ୟନ୍ତ ରେକର୍ଡ ହୋଇଛି  ୫୯୮.୬ ମିମି । ସ୍ୱାଭାବିକ ବର୍ଷାଠାରୁ ଏହା ୩୧% କମ୍ । ଏହି ସ୍ଥିତିରେ ରାଜ୍ୟର ୮ ଜିଲ୍ଲାରେ ସ୍ଥିତି ସଙ୍ଗିନ ରହିଛି । ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି, ଯାଜପୁର, ଗଜପତି ଓ କେନ୍ଦୁଝରରେ ନିଅଣ୍ଟ ବର୍ଷା ପରିମାଣ ୪୦%ରୁ  ଅଧିକ ରହିଛି । ବଡ଼କଥା ହେଲା, କେବଳ ଅଗଷ୍ଟରେ ୫୪% ନିଅଣ୍ଟ ବର୍ଷା ରେକର୍ଡ ହୋଇଛି ।

ଜୁଲାଇ ମାସରେ ସାଧାରଣ ବର୍ଷା ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି । ଗତ କିଛି ଦଶନ୍ଧିର ଏହା ରେକର୍ଡ ଭାଙ୍ଗିଛି । ଏହାଭିତରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ନିଅଣ୍ଟିଆ ବର୍ଷା ପୂରଣ ହେବାର ଆଶା ରହିଛି । ଅଗଷ୍ଟ ଶେଷ ବେଳକୁ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ସକାଶେ ବର୍ଷା ପରିମାଣ ବଢିବା ନେଇ ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡକ୍ଟର ଏଚ୍ ସି ବିଶ୍ୱାସ କହିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ୨୮ ତାରିଖ ସକାଳୁ ୨୯ ତାରିଖ ସକାଳ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡା, ବରଗଡ଼ ଓ ସୁନ୍ଦରଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରିକରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking