34.1 C
Bhubaneswar
Friday, March 29, 2024
Homeଓଡିଶା୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌

୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼ିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ୬୫ ରୁ ୮୫ ପ୍ରତିଶତ ରହିବ । ତେଣୁ ଏହାର ପ୍ରଭାବରେ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେବ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ଂ ଉପରେ ରହିଥିଲା । ସେଥିରୁ ତାଳଚେରର ତାପମାତ୍ରା ସର୍ବାଧିକ ୪୨.୮ଂ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ୪୨.୭, ନୂଆପଡା ୪୨.୪, ଝାରସୁଗୁଡା ୪୨.୨, ବୌଦ୍ଧ ୪୧.୬, ସୋନପୁର ୪୧.୪, ରାଉରକେଲା ୪୧.୪, ବରଗଡ ଏବଂ ଅନୁଗୁଳ ୪୧.୨, ବଲାଙ୍‌ଗୀର ଏବଂ ହୀରାକୁଦ ୪୧.୧, ନୟାଗଡ ୪୦.୫ ଏବଂ ଭୁବନେଶ୍ୱର ୪୦.୨ଂ ରେକର୍ଡ କରାଯାଇଥିଲା । ଏପରି ତାତି ଆଉ ୩ଦିନ ରହିବା ସହ ଗୁୁଳୁଗୁଳି ଅଧିକ ରହିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking