31.1 C
Bhubaneswar
Friday, March 29, 2024
Homeଓଡିଶାପ୍ରବଳ ଖରାରେ ସିଝୁଛି ଓଡ଼ିଶା; ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ

ପ୍ରବଳ ଖରାରେ ସିଝୁଛି ଓଡ଼ିଶା; ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରବଳ ଖରା ଓ ଗୁଳୁଗୁଳି ସାରା ରାଜ୍ୟବାସୀଙ୍କୁ କଳବଳ କରୁଛି। ସକାଳ ୮ଟା ପର ଠାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଅପରାହ୍‌ଣ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି। ଲେକେ ଅତି ଜରୁରି କାମ ନ ଥିଲେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ପଶ୍ଚିମଓଡ଼ିଶାରେ ସ୍ଥିତି ଆହୁରି ଖରାପ। ତେଣୁ ଦିନ ସମୟରେ ରାଜରାସ୍ତାରେ କମ ଲୋକ ଦେଖାଯାଉଛନ୍ତି। ଆଜି ରାଜ୍ୟର ୨୫ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏହି ତାଲିକାରେ ୪୪ ଡିଗ୍ରି ସହ ନୂଆପଡ଼ା ଶୀର୍ଷରେ ରହିଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୪୩.୪ ସହିତ ଝାରସୁଗୁଡ଼ାରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ତାଳଚେରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁରରେ ୪୨.୯, ଭୁବନେଶ୍ବରରେ ୪୨.୮, ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩, ବଲାଙ୍ଗୀରରେ ୪୧.୭, କଟକ ଏବଂ ଚାନ୍ଦବାଲିରେ ୪୧.୬, ବରଗଡ଼ରେ ୪୧.୫, ସୁନ୍ଦଗରଗଡ଼ରେ ୪୧.୪, ଟିଟିଲାଗଡ଼ରେ ୪୧.୨, ବୌଦ୍ଧ, କେନ୍ଦ୍ରାପଡ଼ାରେ ୪୧, ହୀରାକୁଦରେ ୪୦.୯, ବାରିପଦା ଏବଂ ଭବାନୀପାଟଣାରେ ୪୦.୬, ଖୋର୍ଦ୍ଧା ଏବଂ ଯାଜପୁରରେ ୪୦.୫, ଜଗତସିଂହପୁର ଏବଂ ନୟାଗଡ଼ରେ ୪୦.୨ ଏବଂ କେନ୍ଦୁଝରରେ ୪୦.୧ ଡିଗ୍ରି ପାରା ଛୁଇଁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking