40.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରବଳରୁ ଅତିପ୍ରବଳ ବର୍ଷିର୍ବ : ୧୧ ଜିଲ୍ଲାକୁ ‘ରେଡ୍‌’ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ

ପ୍ରବଳରୁ ଅତିପ୍ରବଳ ବର୍ଷିର୍ବ : ୧୧ ଜିଲ୍ଲାକୁ ‘ରେଡ୍‌’ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଏବଂ ଏକ ଅବପାଦରେ କେନ୍ଦ୍ରୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଉତ୍ତର ଓଡ଼ିଶା ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗା ଦିଘା ଠାରୁ ପ୍ରାୟ ୧୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ପୂର୍ବ-ଉତ୍ତର-ପୂର୍ବରେ ବାଲେଶ୍ୱର ନିକଟରେ ରହିଛି। ଏବଂ ଏହା ବର୍ତ୍ତମାନ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ ସହ ଆଗାମୀ ୨୪ ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ଉପକୂଳ ଅତିକ୍ରମ କଲା ଅବପାତ, ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ବେଗ ୧୦ କିମି ବେଗର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଦିନ ୧୦.୩୦ ରୁ ୧୧.୩୦ ମଧ୍ୟରେ ଦିଘା ନିକଟରେ ଉପକୂଳ ଅତିକ୍ରମ କରିଛି | ଏହା ବର୍ତ୍ତମାନ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି | ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୧୧ ଜିଲ୍ଲାକୁ ଲାଲ ଚେତାବନୀ ‘ରେଡ୍‌ ଓ୍ଵାର୍ଣ୍ଣିିଂ’ ଓ ୧୯ ଜିଲ୍ଲାକୁ କମଳା ଚେତାବନୀ ‘ଅରେଞ୍ଜ ଓ୍ଵାର୍ଣ୍ଣିଂ’ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ବନ୍ଦର, ଗୋପାଳପୁର, ପୁରୀ, ପାରାଦ୍ୱୀପ, ଏବଂ ଧାମରା/ଚାନ୍ଦବାଲି ପାଇଁ ବିପଦ ସଂକେତ -୩ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking