39.4 C
Bhubaneswar
Thursday, April 18, 2024
Homeଓଡିଶା୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା

୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର:  ରାଜ୍ୟରେ ଏବେ ବି ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଦୁର୍ବଳ ହେବା ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଆକାଶରୁ ବୁନ୍ଦାଏ ପାଣି ପାଇଁ ଚାଷୀ ଅନେଇ ବସିଥିବାବେଳେ ଧୋକାଦେଉଛି ମୌସୁମୀ । ଇତିମଧ୍ୟରେ ଚାଷୀଙ୍କ ମନରେ ନୂତନ ଆଶା ସଂଚାର କରିଛି କାଳବୈଶାଖୀ ବର୍ଷା । ଧରା ଶ୍ରାବଣରେ ପ୍ରଚଣ୍ଡ ଖରା ହେଉଥିବାବେଳେ ଆସନ୍ତା ୭୨ ଘଣ୍ଟା ଯାଏ ରାଜ୍ୟର ଏକାଧିକ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ରହିଛି । ଏଥିଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ହ୍ରାସହେବା ସହ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି । ମଙ୍ଗଳବାର ରାଜ୍ୟର ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ପଶ୍ଚିମ, ଦକ୍ଷିଣ ତଥା ଆଭ୍ୟନ୍ତରୀଣ କିଛି ଜିଲ୍ଲାକୁ କାଳବୈଶାଖୀ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ମୁଖ୍ୟତଃ ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ମାଲକାନାଗିରି, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୪୦ରୁ ୫୦ ମିମି ବେଗରେ ପବନ ବହିବା ସମ୍ଭାବନା ଥିବା ପ୍ରକାଶ ପାଇଛି । ଉପରୋକ୍ତ ୧୪ ଜିଲ୍ଲାରୁ ଅଧିକାଂଶ ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ଥିବାବେଳେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କାଳବୈଶାଖୀ ଜନିତ ବର୍ଷା ଚାଷୀଙ୍କୁ ସମାନ୍ୟ ଆଶ୍ୱସ୍ତି ଦେବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଗୁରୁବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଫଳରେ ରାଜ୍ୟର ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ୨୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏବେ ପାଣିପାଗ ନିୟାମକ ପ୍ରଭାବରେ କ୍ରମାଗତ ଆସନ୍ତା କିଛି ଦିନ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଆକାଶ ସାଧରଣତଃ ମେଘାଚ୍ଛନ୍ନ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିଅସ୍ ଓ ସର୍ବନିମ୍ନ ୨୭ ଡିଗ୍ରୀ ମଧ୍ୟରେ ରହିବ । ବାୟୁମଣ୍ଡଳ ଉପରେ ଲମ୍ବିଥିବା ମୌସୁମୀ ଜନିତ ନିମ୍ନଚାପରେଖା ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ । ୨୦ରୁ ଊର୍ଦ୍ଧ୍ୱ ଜିଲ୍ଲାରେ ଗୁଳୁଗୁଳି ବଢ଼ିବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସ୍ପଷ୍ଟକରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking