34.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମା ଝଡ଼ ପ୍ରଭାବ : କିଛି ସ୍ଥାନରେ ଆଶିଂକ ବର୍ଷା

ପଶ୍ଚିମା ଝଡ଼ ପ୍ରଭାବ : କିଛି ସ୍ଥାନରେ ଆଶିଂକ ବର୍ଷା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ଆଂଶିକ ବର୍ଷା ରେକର୍ଡ଼ ହୋଇଛି । କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, ଗଜପତି ଜିଲ୍ଲାରେ ବୃଷ୍ଟିପାତ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ସର୍ବାଧିକ ୩୩.୦ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି ।
ସେହିଭଳି ରାଜକନିକାରେ ୧.୦ ମିଲିମିଟର, ଚାନ୍ଦବାଲିରେ ୦.୭ ମିଲିମିଟର, ଆନନ୍ଦପୁରରେ ୦.୬ ମିଲିମିଟର ଏବଂ ମହେନ୍ଦ୍ରଗଡ଼ରେ ୦.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟପଟେ କଟକ, ବାଲେଶ୍ୱର, ଗଜପତି, ପୁରୀ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଇତ୍ୟାଦି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି ।

ବର୍ତ୍ତମାନ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି । ଏକ ନିମ୍ନ ଚାପରେଖା ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଯାଏଁ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ସକ୍ରିୟ ରହିଛି । ସେହିଭଳି ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବେଶ ଲାଗି ରହିଛି । ଏହାର ପ୍ରଭାବରେ ଆଗାମୀ ୪ ଦିନ ଧରି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାର କାଳବୈଶାଖୀର ସମ୍ଭାବନା ରହିଛି ।

ଅନ୍ୟସ୍ଥାନରେ ପାଗ ଶୁଖିଲା ରହିବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ କୁହୁଡ଼ି ଲାଗିରହିବ । ଆଗକୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ସାମନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଜଣାଇଛି । କିଛି ଅଞ୍ଚଳରେ ବିଜୁଳି ସହ ଘଡ଼ଘଡ଼ିର ମଧ୍ୟ ଆଶଙ୍କା ରହିଛି । ତାପମାତ୍ରା କଥା ଦେଖିଲେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୧୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ କିରେଇରେ ୯.୭ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ା ହିଲଷ୍ଟେସନରେ ଯଥାକ୍ରମେ ୧୧.୦ ଡିଗ୍ରୀ ଏବଂ ୯.୦ ଡିଗ୍ରୀ ତାପମାତ୍ରା ରିପୋର୍ଟ ହୋଇଛି । ଭୁବନେଶ୍ୱର ସହରରେ ତାପମାତ୍ରା ଥିଲା ୧୯.୦ ଡିଗ୍ରୀ । ଭବାନୀପାଟଣା ଏବଂ ନୟାଗଡ଼ରେ ସର୍ବାଧିକ ୩୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ସ୍ୱାଭାବିକ ଠାରୁ ୪ ଡିଗ୍ରୀ ଅଧିକା ରହିଛି । ବିଭିନ୍ନ ସ୍ଥାନରେ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking