24.1 C
Bhubaneswar
Tuesday, May 24, 2022
Homeଓଡିଶାକୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି, ବାୟୁମଣ୍ଡଳର ସ୍ଥିରତା ଏବଂ ନିର୍ମଳ ଆକାଶ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ କୁହୁଡି଼ ଦୃଶ୍ୟମାନ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କଳାହାଣ୍ଡି, ସୁନ୍ଦରଗଡ଼, ମାଲକାନଗିରି ଏସବୁ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି । ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିପାରେ । ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମିଳିଛି ।

ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର। ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହୁ ଥିବାରୁ ମଧ୍ୟରାତ୍ରରୁ ସକାଳ ଯାଏଁ ଯାତାୟାତର ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତାପମାତ୍ରା କଥା ଦେଖିଲେ କେନ୍ଦୁଝର ଏବଂ କିରେଇ ଠାରେ ସର୍ବନିମ୍ନ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଦାରିଙ୍ଗବାଡ଼ି ହିଲଷ୍ଟେସନରେ ୧୦.୫ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୫.୦ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ରାୟଗଡ଼ା ଠାରେ ସର୍ବାଧିକ ୨୭.୬ ଡିଗ୍ରୀ ରହିଥିଲା ତାପମାତ୍ରା । ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା କିଛି କିଛି ସ୍ଥାନରେ ୧ରୁ ୨ ଡିଗ୍ରୀ ଯାଏଁ କମ୍ ହୋଇଛି । ଆଗାମୀ ୫ ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking