33.1 C
Bhubaneswar
Wednesday, April 24, 2024
Homeଓଡିଶାଶୁଖିଲା ପାଗରେ ଶକ୍ତିଶାଳୀ ହେଉଛି ଥଣ୍ଡା ପବନ : ଉପାନ୍ତଠୁ ଉପକୂଳ ସବୁଠି କମୁଛି, ୪ଂ...

ଶୁଖିଲା ପାଗରେ ଶକ୍ତିଶାଳୀ ହେଉଛି ଥଣ୍ଡା ପବନ : ଉପାନ୍ତଠୁ ଉପକୂଳ ସବୁଠି କମୁଛି, ୪ଂ ଖସିବ ପାରଦ

ଭୁବନେଶ୍ୱର: କମୁଛି ତାପମାତ୍ରା ବଢ଼ୁଛି ଶୀତ, ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପାନ୍ତଠୁ ଉପକୂଳ ପ୍ରବଳ ଜାଡ଼ରେ ଥରହର ହେଉଛି । ଉପକୂଳ ଅଞ୍ଚଳରେ ପାରଦ ୦.୫ ଡିଗ୍ରୀରୁ ୨ ଡିଗ୍ରୀ ଯାଏ ହ୍ରାସ ପାଇଥିବାବେଳେ ଆଭ୍ୟନ୍ତରୀଣ ଓ ସୀମାନ୍ତ ଜିଲ୍ଲାରେ ପାରଦ ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇଛି । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଖିଲା ତଥା ଥଣ୍ଡା ପବନ ବହୁଛି । ଯାହା ରାଜ୍ୟରେ ସର୍ବନିମ୍ନ ତଥା ରାତି ତାପମାତ୍ରା କମିବାରେ ସହାୟକ ହେଉଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ଅଧିକାଂଶ ଜିଲ୍ଲାରେ ପାଗ ଧୁଆଁଳିଆ ରହିବା ସହ ସକାଳୁ ଘନ କୁହୁଡ଼ିର ଆସ୍ଥରଣ ନଜରକୁ ଆସୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ଉତ୍ତର ପଟୁ ରାଜ୍ୟକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ବଢୁଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡରୁ ମୁକ୍ତି ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କିଛି ହାତଗଣତି ଉପକୂଳ ଜିଲ୍ଲା ବ୍ୟତୀତ ବାକି ସମସ୍ତ ଜିଲ୍ଳାରେ ପାରଦ ୧୫ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀରେ ପାରଦ ସବୁଠୁ କମ ଡିଗ୍ରୀ ରେକର୍ଡ ହୋଇଛି । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ସହ ଅଧିକାଂଶ ଜିଲ୍ଲାରେ ସାମାନ୍ୟ କୁହୁଡି ଦେଖିବାକୁ ମିଳିବ ।

କୋରାପୁଟ, ଦାରିଙ୍ଗବାଡ଼ିରେ ପାରଦ ୭.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୯.୮ ଡିଗ୍ରୀ ଥିବାବେଳେ ଭବାନୀପାଟଣାରେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପାଗ ଶୁଖିଲା ରହିବା ସହ ପାରଦ ୪ ଡିଗ୍ରୀ ଯାଏ ବଢ଼ିବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ମୂତାବକ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି ।

ରାଜ୍ୟରେ ଥଣ୍ଡା ପରିମାଣ ଗତ ୧୫ ତାରିଖରୁ ବୃଦ୍ଧିପାଇଥିବାବେଳେ ଆଗକୁ ଏହା ଆହୁରି ବୃଦ୍ଧିପାଇବା ସମ୍ଭାବନା ରହିଛି । ସ୍ୱାଭାବିକ ତାପମାତ୍ରାଠାରୁ ରାତ୍ରି ତାପମାତ୍ରାର ସର୍ବାଧିକ ବ୍ୟବଧାନ ଗୋପାଳପୁରଠାରେ ରେକର୍ଡ କରାଯାଇଛି । ଗୋପାଳପୁରଠାରେ ପାରଦ ୩ ଡିଗ୍ରୀ ସ୍ୱାଭାବିକଠାରୁ କମ ଥିବାବେଳେ ଝାରସୁଗୁଡ଼ାଠାରେ ପାରଦ ସ୍ୱାଭାବିକଠାରୁ ୨.୬ ଡିଗ୍ରୀ ଅଧିକ ରହିଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନଥିବାବେଳେ ଶୀତର ପ୍ରକୋପ ଜାରି ରହିବ ବୋଲି ବିଶେଷଜ୍ଞ ଶ୍ରୀ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking