39.1 C
Bhubaneswar
Tuesday, April 23, 2024
Homeଓଡିଶାଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଜିଲ୍ଲା ସାବଧାନ

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଜିଲ୍ଲା ସାବଧାନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ଫଳରେ ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା, ଘଡଘଡି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆଂଚଳିକ ପଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ବୌଦ୍ଧ, ସୋନପୁର, ନବରଂଗପୁର, ରାୟଗଡା, କନ୍ଧମାଳ, ନୟାଗଡ ଓ ଗଞ୍ଜାମ ଜିଲ୍ଲା ପ୍ରଭୃତି ସାମିଲ ରହିଛି । ଏହାଛଡା ବଲାଙ୍ଗୀର, କଳାହାଣ୍ଡି, ବରଗଡ, ନୂଆପଡା, ଭଦ୍ରକ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ବାଲେଶ୍ୱର, କନ୍ଦେୁଝର, ଅନୁଗୁଳ, କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ସହ ଘଡଘଡି ହେବ । ଏହାସହ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ସମୁଦ୍ରକୂଳକୁ ନ ଯିବା ପାଇଁ ମତ୍ସ୍ୟଜିବୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking