29.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶ୫ ଦିନ ଧରି ଏହିସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା

୫ ଦିନ ଧରି ଏହିସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ : ଦେଶର ଅଧିକାଂଶ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି । ଦିନ ବେଳା ତାପମାତ୍ରା ଆଂଶିକ ଅଧିକ ରହୁଥିବା ବେଳେ ରାତିର ତାପମାତ୍ରା ବୃଦ୍ଧି ପାଉଛି । ଦିନର ତାପମାତ୍ରା ଆଂଶିକ ଅଧିକ ରହୁଥିବାରୁ ଶୀତର ପ୍ରକୋପରୁ ଲୋକଙ୍କୁ ଶାନ୍ତି ମିଳିପାରୁଛି । ଏହା ଭିତରେ କିଛି ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛନ୍ତି । ବର୍ଷା ବ୍ୟତୀତ ପାହାଡ଼ିଆ ଅଞ୍ଚଳ ମାନଙ୍କରେ ତୁଷାତ ପାତ ହେବାର ସମ୍ଭାବନା ମଧ୍ୟ ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ତାମିଲନାଡ଼ୁ, କେରଳ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଆସନ୍ତା ୩ ରୁ ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଜମ୍ମୁ-କାଶ୍ମୀର, ଲଦାଖ, ମୁଜଫରାବାଦ୍ ରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତୁଷାରପାତ ହେବ । ଏହାମଧ୍ୟ ସୂଚନା ରହିଛି ଯେ, ହିମାଚଳପ୍ରଦେଶରେ ୧୮ରୁ ୧୯ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ତୁଷାତପାତ ଜାରି ରହିବ । ସେହିପରି ଆସନ୍ତା ୩ ଦିନ ଯାଏଁ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଘଡ଼ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏହା ବ୍ୟତୀତ ପଶ୍ଚିମବଙ୍ଗ ଓ ସିକ୍କିମ୍ କିଛି ଅଞ୍ଚଳରେ ଆଗାମୀ ୫ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking