30.1 C
Bhubaneswar
Thursday, April 25, 2024
Homeଓଡିଶାବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ !

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର : ସାମୁଦ୍ରିକ ଝଡ ତଉକ୍ତେ ଗୁଜରାଟ ଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ନିଜର ତାଣ୍ଡବ ସୃଷ୍ଟି କରିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ କାରଣରୁ ତଳିଆ ଅଞ୍ଚଳକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଆରବସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ତଉକ୍ତେର ରୂପ ନେଇଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ଏହା ଓଡିଶା ମୁହାଁ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ହିଁ ବିଶେଷ ପ୍ରଭାବ ପକାଇଥାଏ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆସନ୍ତା ୨୩ ତାରିଖରେ ବାତ୍ୟାର ରୂପ ନେଇ ପାରେ ବୋଲି ଅନୁମାନ କରାଯାଉଛି। ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ସୃଷ୍ଟ ଲଘୁଚାପ ସମ୍ପର୍କରେ ସୂଚନା ଦେଇଛନ୍ତି। ସାମୁଦ୍ରିକ ଝଡ ତଉକ୍ତେକୁ ଭାରତୀୟ ପାଣିପାଗ ବିଭାଗ ସଠିକ ସୂଚନା ପୂର୍ବରୁ ଦେଇଥିଲା। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବା ପରେ ଆସନ୍ତା ୨୭ ସୁଦ୍ଧା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking