27.8 C
Bhubaneswar
Friday, April 19, 2024
Homeଓଡିଶାଖସୁଛି ପାରଦ, ଆସୁଛି ଶୀତ

ଖସୁଛି ପାରଦ, ଆସୁଛି ଶୀତ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଦାୟ ନେବା ପରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଆକାଶ ନିର୍ମଳ ରହିବା ସହିତ ପାଗ ଶୁଖିଲା ରହିଛି। ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ସାରା ରାଜ୍ୟରେ ତାପମାତ୍ରାରେ ଏବେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। କିନ୍ତୁ ଆସନ୍ତା ୨ରୁ ୩ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାଛଡ଼ା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ପହିଲାରୁ ଉତ୍ତର ଓଡ଼ିଶା ଉପକୂଳ ଓ ମୟୂରଭଞ୍ଜ ଏବଂ ୨ତାରିଖରେ ଉପକୂଳ ଓଡ଼ିଶା, ମୟୂରଭଞ୍ଜ ଓ କନ୍ଧମାଳର କିଛି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ସର୍ବାଧକ ତାପମାତ୍ରା ୩୫ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ତାପମାତ୍ରା ସୋନପୁରରେ ୧୩.୪ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଅନୁଗୋଳରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୩ ରୁ ୧୪ ଡ଼ିଗ୍ରୀ ମଧ୍ୟରେ ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ତାରିଖ ପର୍ଯ୍ୟନ୍ତ ୨ରୁ ୩ଡ଼ିଗ୍ରୀ ବଢ଼ିବା ସହିତ ଆଭ୍ୟନ୍ତରୀଣ ଦକ୍ଷିଣରେ ଅପରିବର୍ତ୍ତିତ ରହିବ। ୪ତାରିଖରୁ ସର୍ବନିମ୍ନ ତାପମାତ୍ରା କମିବା ସହିତ ଶୀତ ବଢ଼ିବ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking