40.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ଓଡ଼ିଶାରେ ବର୍ଷା ସମ୍ଭାବନା

ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, : ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ
ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା
ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା
ଦିଆଯାଇଛି ।
ମିଳିଥିବା ସୂଚନାନୁଯାୟୀ ଓଡ଼ିଶା ଉପକୂଳରେ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି
ସିଇସି ପ୍ରକାଶ କରିଛି ।
ଏଥିସହିତ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳ,
ମଧ୍ୟ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୪ ରୁ ୬ ତାରିଖ
ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ଏବଂ ଉପକୂଳବର୍ତି
ଅଂଚଳଗୁଡ଼ିକରେ ଅକ୍ଟୋବର ୧ ରୁ ୪ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କେତେକ ସ୍ଥାନରେ ପ୍ରବଳ
ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ଘୂର୍ଣ୍ଣିବଳୟ ଅକ୍ଟୋବର ୬ ତାରିଖ ପରେ ମହାରାଷ୍ଟ୍ର ଓ ଗୁଜରାଟ ମୁହାଁ ହେବା ସମ୍ଭାବନା ରହିଥିବା
ବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ଅକ୍ଟୋବର ୧୫ ତାରିଖରେ ଓଡ଼ିଶାରୁ ଫେରିଯିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking