34.1 C
Bhubaneswar
Thursday, April 25, 2024
Homeଓଡିଶାଆହୁରି ତିନିଦିନ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ତିନିଦିନ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଏହାର ପ୍ରଭାବରେ ଆସନ୍ତା ୩ଦିନ ଧରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ୫ରୁ ଓ ୭ ତାରିଖ ମଧ୍ୟରେ ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବହିବ। ଏହି ସମୟରେ କୁଆପଥର ବୃଷ୍ଟି, ବଜ୍ରପାତ ସହିତ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଗତ ୨୪ଘଣ୍ଟା ମଧ୍ୟରେ ବାଲେଶ୍ବରରେ କୁଆପଥର ବୃଷ୍ଟି ସହିତ ଭୁବନେଶ୍ବର, କଟକ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ଓ ବର୍ଷା ହୋଇଛି। ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଘୂର୍ଣ୍ଣିଝଡ଼ ସହିତ ବର୍ଷା ହୋଇଥିବା ଖବର ମିଳିଛି। ବାଲେଶ୍ବର, ମୟୂରଭଞ୍ଜର ଚନ୍ଦନପୁରଠାରେ ସର୍ବାଧିକ ୩୦ମିମି ବର୍ଷା ହୋଇଛି। ଶାମାଖୁଣ୍ଟା, ଗୋବିନ୍ଦପୁର, ବେତନଟୀ, ଜାମଶୋଳାଘାଟ, ଭୋଗରାଇ, ବାଙ୍ଗିରିପୋଷୀ ସମ୍ବଲପୁରର ବାମରା, ବାଲେଶ୍ବର ରାଜଘାଟ ଆଦି ଅଞ୍ଚଳରେ ୨୦ମିମିରୁ ଅଧିକ ବର୍ଷିଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ଅନେକ ଅଞ୍ଚଳରେ କ୍ଷୟକ୍ଷତି ଘଟିଛି।
୬ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଅନ୍ୟ କେତେକ ସ୍ଥାନରେ ଅଧିକ ବର୍ଷା ହେବ। ଏହି ସମୟରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କନାଳ, ଅନୁଗୋଳ ଓ ବାଲେଶ୍ବରରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବ। କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ଓ ୩୦ ରୁ ୪୦କିମି ବେଗରେ ପବନ ବହିବ । ଆସନ୍ତା ୭ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ କେନ୍ଦୁଝର, ଢ଼େଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ାରେ ଅଧିକ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୩ଦିନ ଭିତରେ ଦିନ କିମ୍ବା ରାତିର ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ୪ଦିନ ପରେ ୨ ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking