30.1 C
Bhubaneswar
Wednesday, April 24, 2024
Homeସ୍ୱାସ୍ଥ୍ୟଜାଣିଛନ୍ତି କି , ସାରା ଦିନ 'ବ୍ରା' ପିନ୍ଧିବା ଆପଣଙ୍କ ପାଇଁ ହୋଇପାରେ ହାନିକାରକ

ଜାଣିଛନ୍ତି କି , ସାରା ଦିନ ‘ବ୍ରା’ ପିନ୍ଧିବା ଆପଣଙ୍କ ପାଇଁ ହୋଇପାରେ ହାନିକାରକ

ନୂଆଦିଲ୍ଲୀ: ଯଦି ଆପଣ ଗୋଟିଏ ସୁନ୍ଦର ଡ୍ରେସ ପିନ୍ଧିଛନ୍ତି । ହେଲେ ଯଦି ଆପଣଙ୍କ ଇନର୍ ସାଇଜ ଠିକ୍ ନଥିବ ଏବଂ ଆପଣ ତା ସହିତ ଆରାମ ଅନୁଭବ କରୁନାହାନ୍ତି ତେବେ ଆପଣଙ୍କ ଭଲ ଡ୍ରେସ ବି ଅତି ଖରାପ ଲାଗିବ । ଏହି ସ୍ଥିତିରେ ଆପଣଙ୍କ ଫିଗର ଅନୁସାରେ ବ୍ରା ସାଇଜ କେତେ ତାହା ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ସାଧାରଣଭାବେ ଝିଅମାନେ ଭାବନ୍ତି ଯେ, ଛୋଟ କପ୍ ସାଇଜ୍ ବ୍ରା ପିନ୍ଧିଲେ ତାହା ଟାଇଟ ହୋଇ ଲମ୍ବା ସମୟ ପର୍ଯ୍ୟନ୍ତ ରହେ । ଏହାକୁ ବାଦ୍ ଦେଲେ ସାରା ଦିନ ବ୍ରା ପିନ୍ଧିବା ଦ୍ୱାରା ଫିଗର ଭଲ ରହିଥାଏ । ହେଲେ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଆପଣ ଯଦି ଏମିତି ଭାବୁଛନ୍ତି, ତାହା ସଂପୂର୍ଣ୍ଣ ଭାବରେ ଭୁଲ୍ ।
ଆପଣ ହୁଏତ ଜାଣିନଥିବେ, ହେଲେ ୨୪ ଘଣ୍ଟା ବ୍ରା ପିନ୍ଧିବା ଦ୍ୱାରା ଏହା ଆପଣଙ୍କୁ କ୍ଷତି ପହଂଚାଇଥାଏ । ଆପଣ କେବେ ଭାବିଛନ୍ତି କି, ଏହା କିପରି ଭାବରେ ଆପଣଙ୍କୁ ହାନି ପହଂଚାଏ । ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ରା ପିନ୍ଧିଲେ ଆପଣ ଠିକ୍ ଭାବରେ ଶ୍ୱାସକ୍ରିୟା କରିପାରିବେ ନାହିଁ ଏବଂ ଏହା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାର କାରଣ ହୋଇପାରେ । ସେଥିପାଇଁ ଅଫିସ୍ କିମ୍ବା ବାହାରୁ ଘରକୁ ଆସିବା ପରେ ବ୍ରା ନ ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ । ଏମିତି କଲେ ଆପଣ ରିଲାକ୍ସ ମଧ୍ୟ ଅନୁଭବ କରିବେ । ଖାଲି ଏତିକି ନୁହେଁ, ସାରା ଦିନ ଏହା ପିନ୍ଧିଲେ ସ୍କିନ ସ୍କେୟାର୍ସ ଅସୁବିଧା ମଧ୍ୟ ହୋଇଥାଏ । ଏହା କଣ କଣ କ୍ଷତି କରିଥାଏ ଆସନ୍ତୁ ଜାଣିବା:
ଛାତି ଯନ୍ତ୍ରଣା ହେଲେ ସୁଦ୍ଧା କିଛି ମହିଳା ବ୍ରା ପିନ୍ଧିଥାନ୍ତି । ବିଶେଷ ଭାବରେ ଯେଉଁମାନେ ଶରୀର ଗଠନ ଅନୁଯାୟୀ ବ୍ରା ସାଇଜ ଜାଣିପାରନ୍ତି ନାହିଁ ।
୨୪ ଘଣ୍ଟା ବ୍ରା ପିନ୍ଧିଲେ ରକ୍ତ ସଂଚାଳନ ମଧ୍ୟ ଠିକ ଭାବରେ ହୋଇନଥାଏ । ଅନେକ ସମୟରେ ଟାଇଟ ବ୍ରା ଯୋଗୁଁ ଏହା ବ୍ରେଷ୍ଟ ଟିସ୍ୟୁ ନଷ୍ଟ ସମସ୍ୟାର କାରଣ ବନିଥାଏ ।
ଯଦି ଆପଣଙ୍କର ହଠାତ୍ ବ୍ୟାକପେନ ଆରମ୍ଭ ହୋଇଛି, ତେବେ ଏହାର କାରଣ ଆପଣଙ୍କ ବ୍ରା ହୋଇପାରେ । ଯେଉଁମାନେ ଛୋଟ ସାଇଜ ବ୍ରା କିମ୍ବା ଟାଇଟ ବ୍ରା ପିନ୍ଧୁଛନ୍ତି ସେମାନଙ୍କ ପାଇଁ ଏହା ମୁଖ୍ୟ କାରଣ ହୋଇପାରେ ।
ଏହାପରେ ସାରା ଦିନ ବ୍ରା ପିନ୍ଧିବା ଦ୍ୱାରା ସ୍କିନ ଇରିଟେସନ ସମସ୍ୟା ବି ଉପୁଜିଥାଏ । କେତେବେଳେ ଚର୍ମରେ କୁଣ୍ଡିଆ ହେବା ସହ ଜଳିବା ପରି ହୋଇଥାଏ । ହାଇପରପିଗମେଣ୍ଟେସନ ସମସ୍ୟା ବି ଚର୍ମରେ ଦେଖାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking