37.2 C
Bhubaneswar
Friday, April 19, 2024
Homeରାଶିଫଳଜାଣନ୍ତୁ ଏ ସପ୍ତାହର ଆପଣଙ୍କ ଭାଗ୍ୟ...

ଜାଣନ୍ତୁ ଏ ସପ୍ତାହର ଆପଣଙ୍କ ଭାଗ୍ୟ…

ସାପ୍ତାହିକ ରାଶିଫଳ
ମେଷ: ସପ୍ତାହଟି ଦେହ ଓ ମନ ଭଲ ରହିବ । ସମସ୍ତ କାର୍ଯ୍ୟ ସଫଳ ହେବ । କର୍ମକ୍ଷେତ୍ରରେ ସମ୍ମାନ, ଅର୍ଥ ଲାଭ, ଦ୍ରବ୍ୟ ଲାଭ ଓ ବନ୍ଧୁ ମିଳନ ଯୋଗ ରହିଛି । ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି । ପ୍ରତିକାର ପ୍ରତିଦିନ ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ ।
ବୃଷ: ସପ୍ତାହଟି ଶରୀର ସୁସ୍ଥ ରହିବ । ମାତ୍ର ଦୁଃଶ୍ଚିନ୍ତା ବୃଦ୍ଧି ହେବ । କର୍ମରେ ବିଳମ୍ବ, ସେବାଧର୍ମ କାର୍ଯ୍ୟ ଓ ଦୂରଯାତ୍ରା ବା ଭ୍ରମଣଯୋଗ ରହିଛି । ପାରିବାରିକ ସୁଖ, ଚାକିରିରେ ଶ୍ରୀବୃଦ୍ଧି ହେବ । ପ୍ରତିକାର ହନୁମାନ ଚାଳିଷାପାଠ କରଣୟ ।
ମିଥୁନ: ସପ୍ତାହଟି ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ବନ୍ଧୁମାନଙ୍କ ସହ ମନାନ୍ତର ହୋଇପାରେ । ଶାରୀରିକ ଅସୁସ୍ଥତା ଦେଖାଦେବ । ଅନ୍ୟଦ୍ୱାରା ଦୂର ସ୍ଥାନକୁ ଯାଇପାରନ୍ତି । ଅର୍ଥର ଅଭାବ ରହିବନାହିଁ । ପ୍ରତିକାର ଶିବ ଦର୍ଶନ କରଣୀୟ ।
କର୍କଟ: ସପ୍ତାହଟି କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଅର୍ଥଲାଭର ସୁଯୋଗ ଆସିବ । ବନ୍ଧୁ ସହଯୋଗ ମିଳିବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ଉନ୍ନତି ହେବ । ପ୍ରତିକାର ଛୋଟ ଛୋଟ ପିଲାଙ୍କୁ ମିଠା ଖାଇବାକୁ ଦିଅନ୍ତୁ ।
ସିଂହ: ସପ୍ତାହଟି ଗୃହକାର୍ଯ୍ୟରେ ଲାଗି ରହିବେ । ବ୍ୟବସାୟରେ ଲାଭବାନ ହେବେ । ଅବରୋଧ ହୋଇଥିବା କାର୍ଯ୍ୟ ସମାଧାନ ହୋଇଯିବ । ଆକସ୍ମିକ ଧନଲାଭ ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । କୌଣସି ଶୁଭ ସମ୍ବାଦ ପାଇ ଖୁସି ହେବେ । ପ୍ରତିକାର ଜଗନ୍ନାଥ ଦର୍ଶନ କରଣୀୟ ।
କନ୍ୟା: ସପ୍ତାହଟି ବହୁତ ପରିଶ୍ରମଦ୍ୱାରା ସଫଳତା ଲାଭ କରିବେ । ବନ୍ଧୁ ସହଯୋଗମିଳିବ । ଶରୀର ସୁସ୍ଥରହିବ । ପାରିବାରିକ ସୁଖ ବୃଦ୍ଧି ପାଇବ । ମହିଳାମାନେ ଦେବକାର୍ଯ୍ୟରେ ଲାଗି ରହିବେ । ଅନ୍ୟକୁ ସାହାର୍ଯ୍ୟ କରିବେ । ପ୍ରତିକାର ପ୍ରତିଦିନ ଶନିବାର ଶିବ ମନ୍ଦିରରେ ପୂଜା କରନ୍ତୁ ।
ତୁଳା: ସପ୍ତାହଟି ଶରୀର ସୁସ୍ଥ ରହିବ । ଭୁଲ କାର୍ଯ୍ୟ କରି ଦୁଃଖ ପାଇବେ । ଆର୍ôଥକ ଅଭାବ ବଢ଼ିବ । ପରିବାରରେ ପ୍ରୀତିଲାଭ ଚାକିରିରେ ଶୁଭଫଳ ଓ ବ୍ୟବସାୟରେ ଆତ୍ମବିଭୋଗର ହେବେ ଶିକ୍ଷାରେ ଶୁଭଫଳ ମିଳିବ । ପ୍ରତିକାର ପ୍ରତିଦିନ ହନୁମାନ ଚାଳିଶା ପାଠ କରଣୀୟ ।
ବିଛା: ସପ୍ତାହଟି ବିଭିନ୍ନ ସୂତ୍ରରୁ ଆୟ ପାଇବେ । କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ବନ୍ଧୁ ମିଳିବ ତଥା ଉପହାର ପ୍ରାପ୍ତି ଯୋଗ ରହିଛି । କିନ୍ତୁ ଭାତୃ ବିବାଦ ଚାକିରିରେ ସୌଜନ୍ୟ ଲାଭ ହେବ । ପ୍ରତିକାର ପ୍ରତି ସଂକ୍ରାନ୍ତି ଦିନ ଶିବଙ୍କ ପୂଜାର୍ଚ୍ଚନା କରଣୀୟ ।
ଧନୁ: ସପ୍ତାହଟି ବ୍ୟବସାୟରେ ପରିଶ୍ରମ ଅଧିକ ଦ୍ୱାରା ସଫଳତା ଲାଭ କରିବେ । ବନ୍ଧୁ ସହଯୋଗ ମିଳିବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମାନସିକ ଅଶାନ୍ତି ଦେଖାଯିବ । ଆର୍ôଥକ ପରିସ୍ଥିତି ପାଇଁ ବ୍ୟସ୍ତ ରହିବେ । ମହିଳାମାନେ ଚିନ୍ତିତ ରହିବେ । ପ୍ରତିକାର ଶ୍ରୀଗଣେଶଙ୍କ ପୂଜା କରଣୀୟ ।
ମକର : ସପ୍ତାହଟି ଅଶୁଭତ୍ୱ ମଧ୍ୟରେ ଗତିକରିବ । କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଯୋଜନାରେ ବିଳମ୍ବ ଘଟିବ । ପାରିବାରିକ ଅବଶୋଷ ସୃଷ୍ଟି, ଚାକରିରେ ଭ୍ରମଣ ଓ ଆୟ ମଧ୍ୟମ ହେବ । ପ୍ରତିକାର ଜଗନ୍ନାଥଙ୍କ ଆରାଧନା କଲେ ସୁଫଳ ପାଇବେ ।
କୁମ୍ଭ: ସପ୍ତାହଟି ଅସ୍ଥିରତା ଓ ଅସନ୍ତୋଷ ଭିତରେ କଟିବ । କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ । ପ୍ରତାରିତ ହୋଇପାରନ୍ତି । ସହଯୋଗରେ ହାନି ଘଟିଲେ ମଧ୍ୟ ଆୟ ଉତ୍ତମ ରହିବ । ଚାକିରିରେ ପଦୋନ୍ନତି ଯୋଗ ଅଛି । ପ୍ରତିକାର ଶନିଶ୍ଚର ମେଳା କରଣୀୟ ।
ମୀନ: ସପ୍ତାହଟି ଦୁଃସମୟ ମଧ୍ୟରେ ଶରୀର ସୁସ୍ଥ ରହିବ ନାହିଁ । ଖର୍ଚ୍ଚର ସ୍ରୋତ ବଢ଼ିଚାଳିବ । କର୍ମରେ ବିଦ୍ରୋହ ତଥା ଅସହଯୋଗର ସୂଚନା ମିଳେ । ଆୟଠାରୁ ବ୍ୟୟ ଅଧିକ । ବନ୍ଧନଭୟ ଯୋଗ ରହିଛି । ପ୍ରତିକାର ସୋମବାର ସଂକ୍ରାନ୍ତୀ ଦିନ ଶିବ ମନ୍ଦିରରେ ବିଧିପୂର୍ବକ ପୂଜା କରଣୀୟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking