26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଆବଶ୍ୟକ ପଡିଲେ ବଳପୂର୍ବକ ତାଇୱାନ୍ ଦଖଲ କରିବୁ: ଚୀନ୍‌

ଆବଶ୍ୟକ ପଡିଲେ ବଳପୂର୍ବକ ତାଇୱାନ୍ ଦଖଲ କରିବୁ: ଚୀନ୍‌

ବେଜିଂ : ଚୀନ୍ ପକ୍ଷରୁ ତାଇୱାନ୍ ପ୍ରସଙ୍ଗରେ ବୁଧବାର ତୃତୀୟ ଶ୍ୱେତପତ୍ର ଜାରି କରାଯାଇଛି । ଆବଶ୍ୟକ ପଡିଲେ ବଳପୂର୍ବକ ତାଇୱାନ୍ ଦଖଲ କରିବାକୁ କୁଣ୍ଠାବୋଧ କରିବୁ ନାହିଁ ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି । ତାଇୱାନ ପୂର୍ବରୁ ଚୀନ୍‌ର ଅବିଚ୍ଛେଦ୍ୟ ଅଙ୍ଗ ରହିଥିବାବେଳେ କୌଣସି ପରିସ୍ଥିତିରେ ଏହାକୁ ସ୍ୱତନ୍ତ୍ର ରାଷ୍ଟ୍ରଭାବେ ପରିଚିତ ହେବାକୁ ଦିଆଯିବ ନାହିଁ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତ ସପ୍ତାହରେ ଆମେରିକା ବାଚସ୍ପତି ନାନ୍‌ସି ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ଚୀନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଆସୁଛି । ପ୍ରଥମେ ଆମେରିକାକୁ ଧମକ ଦେବାପରେ ଚୀନ୍ ପକ୍ଷରୁ ତାଇୱାନ୍ ଉପକୂଳରେ ବ୍ୟାପକ ସମରାଭ୍ୟାସ କରାଯାଇଥିଲା । ଚୀନ୍‌ର ଏକାଧିକ ଲଢୁଆ ବିମାନ ତାଇୱାନ୍ ଆକାଶସୀମା ଉଲ୍ଲଂଘନ କରିଥିବାବେଳେ ଯୁଦ୍ଧଜାହାଜ ଓ ବୁଡାଜାହାଜଗୁଡିକ ମଧ୍ୟ ତାଇୱାନ ଜଳରାଶିରେ ଘନ ଘନ ପଇଁତରା ମାରିଥିଲା । ତେବେ ରବିବାର ଚୀନ୍ ପକ୍ଷରୁ ସମରାଭ୍ୟାସକୁ କୋହଳ କରାଯାଇଥିଲେ ସୁଦ୍ଧା ଆଗକୁ ଏହା ଜାରି ରହିବ ବୋଲି ମଧ୍ୟ କୁହାଯାଇଛି । ଯଦି ଯୁଦ୍ଧର ଆବଶ୍ୟକତା ପଡେ, ତେବେ ଆମ ସେନା ଏଥିପାଇଁ କେତେଦୂର ପ୍ରସ୍ତୁତ ରହିଛି, ତାହା ପରୀକ୍ଷା କରିବାକୁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଥିବା ଚୀନ୍ ପକ୍ଷରୁ କୁୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking